ମାଲକାନଗିରି : ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ତଥା ହିନ୍ଦୁରାଷ୍ଟ୍ର ଅଭିଯାନର ଆବାହକ ଶ୍ରୀ ଅଭିଷେକ ଯୋଷୀ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷିତ ଅବିଳମ୍ବେ କରିବାକୁ ନେଇ ନିଜ ଦାବି ଓହରାଇଲେ ।
ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ହୋଟେଲ ସ୍ବାଗତ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ ଅତି ସ୍ପଷ୍ଟ ଭାବରେ, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରିବା ପାଇଁ କେନ୍ଦ୍ରନିକଟରେ ଦାବି କରିଛନ୍ତି । ନିଜର ଦାବିକୁ ଯଥାର୍ଥ କରିବା ପାଇଁ ସେ ଆଗାମିଦିନରେ ଏକ ରଥଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଓଡ଼ିଶାର ଶେଷ ଜିଲ୍ଲା ରୁ ହିଁ ସେ ନିଜର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସାରାରାଜ୍ୟରେ ସେ ନିଜର ରଥଯାତ୍ରାକୁ ପରିକ୍ରମା କରାଇବା ସହ ଭାରତକୁ ହିନ୍ଦୁରାଷ୍ଟ୍ରର ଘୋଷଣା କରିବାର ଯଥାର୍ଥତା ବିଷୟରେ ଲୋକଙ୍କୁ ଅବଗତ କରାଇବେ । ପବିତ୍ର ଶାସ୍ତ୍ର ପୁରାଣ ଅନୁଯାୟୀ ବ୍ରହ୍ମା ହେଉଛନ୍ତି ଆର୍ଯ୍ୟ ଏବଂ ହିନ୍ଦୁ। ଏପରିକି ହିମାଳୟରୁ ଇନ୍ଦୁ ସରୋବର ପର୍ଯ୍ୟନ୍ତ ବ୍ୟାପିଥିବା ପ୍ରାୟ , ଜମି ହେଉଛି ହିନ୍ଦୁଦେଶ ଏହାକୁ ହିନ୍ଦୁସ୍ଥାନ କୁହାଯାଏ । ବିଭିନ୍ନ ବିଶ୍ଲେଷଣ ସହିତ ଶାସ୍ତ୍ର ପୁରାଣ ନାନାଦି ରେ ହିନ୍ଦୁ ଶବ୍ଦର ବ୍ୟବହାର ଅଧିକ ରହିଥିବା ସହିତ ବର୍ଣ୍ଣନା କରାଯାଇଛି। ସେଥିପାଇଁ ଆଜି ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଯୋଶୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.