ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ସମାବେଶ…

ଛତ୍ରପୁର : ୨୩ ମାର୍ଚ୍ଚ ମହାସମାବେଶ ” ଭୁବନେଶ୍ୱର ଚାଲ ” ଉଦ୍ଦେଶ୍ୟରେ ଭାରତୀୟ କମ୍ୟୁନିଷ୍ଟ ଚମାଖଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଭିକାରୀପଲ୍ଲୀ ଗ୍ରାମ ପଂଚାୟତର ନୁଆଁପଲ୍ଲୀ ଠାରେ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଭ୍ୟର୍ଥନା କମିଟି ସଭାପତି ତଥା ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି, ଚମାଖଣ୍ଡି ଆଞ୍ଚଳିକ ପରିଷଦ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ ଓ ବିକେଏମୟୁ ନେତା ସିଏଚ. ସତ୍ୟ ନାରାୟଣ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ଅଭୟ ସାହୁ ଯୋଗଦେଇ କେନ୍ଦ୍ର ର ମୋଦି ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ | ଏହି ଛତ୍ରପୁର ମାଟି ଅତୀତ ରେ ଲାଲ ଗଡ଼ ଭାବେ ପରିଚିତ ଥିଲା ତାହାକୁ ଦୋହରାଇବା କୁ ପଡିବ ବୋଲି ମଧ୍ୟ ସେ ଦଳୀୟ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ , ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତି କୁ ମଧ୍ୟ ସେ କଡା ସମାଲୋଚନା କରିଥିଲେ |

ପରେ 24ତମ ପାର୍ଟି କଂଗ୍ରେସ ରିପୋର୍ଟ ଉପସ୍ଥାପିତ ହୋଇଥିଲା | ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଯୋଗ ଦେଇ ଦଳୀୟ କର୍ମୀ ଓ ନେତା ମାନେ ଏକତ୍ରିତ ହୋଇ ଦଳୀୟ ସଂଗଠନ କୁ କିପରି ମଜବୁତ କରାଯିବ ସେଥିପାଇଁ ଗୁରୁମନ୍ତ୍ର ଦେଇଥିଲେ | ଏହା ସହିତ ମୋଦି ସରକାରଙ୍କ ବିରୁଦ୍ଧରେ ସମସ୍ତେ ଏକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠି, ଯୁବସଂଘ ର ଜିଲ୍ଲା ସଭାପତି କାମଦେବ ନାହାକ, ଭିକାରୀପଲ୍ଲୀ ସମିତି ସଭ୍ୟା ଏନ. କାନ୍ତାମ୍ମା ପାତ୍ର, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଏନ. ମୁନା ପାତ୍ର, ରାଜ୍ୟ ମହିଳା ନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଛତ୍ରପୁର ଆଞ୍ଚଳିକ ପରିଷଦ ସମ୍ପାଦକ ଡି. ଆଦିନାରୟଣ ରେଡ୍ଡୀ, ସହ -ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ଗଞ୍ଜାମ ଆଞ୍ଚଳିକ ପରିଷଦ ର ସମ୍ପାଦକ ଦଣ୍ଡପାଣି ପାତ୍ର, ଚମାଖଣ୍ଡି ଆଞ୍ଚଳିକ ପରିଷଦ ର ସହ -ସମ୍ପାଦକ ଗୁରୁନାଥ ପ୍ରଧାନ ଓ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ରାଜୀବ ଲୋଚନ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ରଥ ଙ୍କ ସମେତ ପାଞ୍ଚଶହ ରୁ ଉର୍ଧ୍ଵ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ | ଏହି ଅବସର ରେ ପୂର୍ବତନ ସମିତି ମଥୁରା ଚରଣ ସୁବୁଦ୍ଧି, ଶ୍ରମିକ ନେତା କେଶବ ନାହାକ, ଭାଗିରଥି ପ୍ରଧାନ, ମାନସ ରାଉଳ, ସୁଦର୍ଶନ ଗୌଡ଼, ବି. ବୈରାଗୀ ରେଡ୍ଡୀ ଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ମାନେ କହିଥିଲେ ଯେ ଗୋପାଳପୋର୍ଟ ସୁପରଭାଇଜର ୟୁନିୟନର ବର୍ତ୍ତମାନ ଯିଏ ନେତୃତ୍ୱ ନେଇଛନ୍ତି ସେ ଠିକ ଭାବେ କାର୍ଯ୍ୟକାରୁ ନାହାନ୍ତି | ତେଣୁ ଏହାର ସମାଧାନ ରାଜ୍ୟ ନେତୃଵୁନ୍ଦ ମାର୍ଚ୍ଚ 31ତାରିଖ ସୁଦ୍ଧା କରିବାକୁ କହିଥିଲେ | ସ୍ୱାଗତ ଭାଷଣ ଚମାଖଣ୍ଡି ଆଞ୍ଚଳିକ ପରିଷଦ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ ପ୍ରଦାନ କରିଥିବା ବେଳେ ମଥୁରା ଚରଣ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ଦେଇଥିଲେ | ଦଳୀୟ ପତାକା ବରିଷ୍ଠ ନେତା ଭାଗିରଥି ପ୍ରଧାନ ଉତ୍ତୋଳନ କରିଥିଲେ |

nis-ad
Leave A Reply

Your email address will not be published.