ପୁଣି ଏକ ଆନ୍ଦୋଳନକୁ ଓହ୍ଲାଇବେ ଗାଡ଼ି ଚାଲକ ସଙ୍ଘ…

ମାଲକାନଗିରି : ରାଜ୍ୟର ପୁଣିଥରେ ଅଖଚକ ବନ୍ଦ ହେବାକୁ ଯାଉଛି। ଏଥର ଅନିର୍ଦ୍ଦିଷ୍ଟ କାଳ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଆଜି ମାଲକାନଗିରି ଡ୍ରାଇଭର ସଂଘ ପକ୍ଷରୁ, ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ମାଲକାନଗିରି ଶାଖା ସହିତ ଅଟୋ ଡ୍ରାଇଭର ସଂଘ ଉପସ୍ଥିତିର ଏକ ସାମ୍ବାଦିକ ସମ୍ମିଳନୀ ସହିତ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ୧୫ ତାରିଖରୁ ସମଗ୍ର ଓଡ଼ିଶା ଡ୍ରାଇଭର ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କୁ ଓହରିବାକୁ ଯାଉଛନ୍ତି। ଏନେଇ ସରକାରଙ୍କୁ ସୂଚିତ କରିବା ପାଇଁ ଆଜି ମାଲକାନଗିରି ବସ୍ ଷ୍ଟାଣ୍ଡରେ ଆଜି ୨୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ଏକତ୍ରିତ ହେବାସହ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ବିଗତ ଦିନରେ ଓଡ଼ିଶା ଡ୍ରାଇଭର ମାନଙ୍କୁ ତରଫରୁ ରଖିଥିବା ୧୧ ଗୋଟ ଦାବିକୁ, ରାଜ୍ୟ ସରକାର ପୁରଣ କରିବା ସହିତ ସେମାନଙ୍କୁ ଦାବିକୁ ଗ୍ରହଣ କରିଥିଲେ। ତେବେ ପ୍ରତିଶୃତି ଦେଇ ରାଜ୍ୟ ସରକାର ଡ୍ରାଇଭର ମାନଙ୍କୁ ସହିତ ପ୍ରତାଡ଼ନା କରିଥିବା ଅଭିଯୋଗ କରିଛନ୍ତି। ତେଣୁ ସରକାରଙ୍କ ବିରୁଦ୍ଧରେ ଆସନ୍ତା ୧୫ ତାରିଖ ଅର୍ଥାତ୍ ବୁଧବାର ଠାରୁ ରାଜ୍ୟରେ ସମସ୍ତ ଡ୍ରାଇଭର ନିଜର କର୍ମ ଛାଡ଼ ଆନ୍ଦୋଳନ ସହିତ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କୁ ଓହରିବାକୁ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.