୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଧୂଳିପଥ ! ଠିକାଦାରଙ୍କ କୁକର୍ମର ଫଳ ଭୋଗୁଛନ୍ତି ନିରୀହ ଜନସାଧାରଣ…

ମାଲକାନଗିରି : ମାଲକାନଗିରି ସହରର ମୁଖ୍ୟ ରାସ୍ତାର ଦୁଇପାର୍ଶ୍ଵ ରେ ବିଛାଯାଇଥିବା ମାଟିଯୋଗୁଁ ଧୂଳିମୟ ସହର ଅସ୍ତ୍ୟବ୍ୟସ୍ତ ହୋଇଗଲେଣି ସହରରେ ବସବାସ କରୁଥିବା ଜନସାଧାରଣ l ରାଜପଥ ବିଭଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ତଥା ଜିଲ୍ଲା ପ୍ରଶାସନର ଦାୟିତ୍ଵ ହୀନତା ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସହରର ସାଧାରଣ ଜନତା ବିଭିନ୍ନ ବାୟୁଜନିତ ରୋଗରେ ପୀଡିତ ହେଉଛି ସହରବାସୀ । ଏହି ଭଳି ନିତିଦିନିଆ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସହରରେ । ମାଲକାନଗିରି ସହରର ଭୈରବ ମନ୍ଦିର ଠାରୁ ନୂତନ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଦୃଶ୍ୟ l
ସହର ଦେଇ ଯାଇଥିବା ରାଜପଥ ବଦଳରେ ଧୂଳି-ପଥରେ ପରିଣତ ହୋଇଗଲାଣି l ଭୈରବ ମନ୍ଦିର ଠାରୁ ଆରମ୍ଭ କରି ନୂତନ ଡାକ୍ତରଖାନା ପଯ୍ୟନ୍ତ ପ୍ରାୟ ୫ କି. ମି ରାସ୍ତା ଧୂଳିଧୂସର ହୋଇ ରହିଥିବା ଏଇ କିଛିଦିନ ହେବ ଦେଖିବାକୁ ମିଳୁଛି l ଏହି ରାସ୍ତା ଦେଇ ଦିନକୁ ହଜାର ହଜାର ଗାଡି ମୋଟର ଯିବା ଆସିବା କରିବା ଯୋଗୁଁ ଧୂଳିରେ ରାସ୍ତା ଦୃଶ୍ୟମାନ ହେଉ ନଥିବାରୁ ଲୋକଙ୍କ ଚାଲିବା କିମ୍ବା ସାଇକଲ/ମୋଟର ସାଇକେଲ ଚଳାଇବା ବହୁ କଷ୍ଟକର ହେଉଥିବା ସହ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ସହରର ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି l ପ୍ରାୟ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ହେବ ୩୨୬ନମ୍ବର ଜାତୀୟ ରାଜପଥ ର ଭୈରବ ମନ୍ଦିର ଠାରୁ ଏମ ଭି ୧୭ ପର୍ଯ୍ୟନ୍ତ ଗୋଟାଏ ରିଚ୍ ହିସାବରେ ଟେଣ୍ଡର ଆହ୍ବାନ ଦେଇଥିଲା ରାଜପଥ ସଂସ୍ଥା । ସେହି ଆହ୍ବାନ ଅନୁସାରେ ଠିକାଦାର କାର୍ଯ୍ୟାଦେଶ ପାଇ ଏଇ ୧୫ଦିନ ହେବ ରାସ୍ତାର ପିଚୁ କାମ ସାରିଥିବା ବେଳେ ସଂସ୍ଥାର ନିର୍ଦ୍ଧେଶ କ୍ରମେ ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶରେ ଲାଲ ରଙ୍ଗର ମୁରୁମ୍ ଆଣି ଢାଳିଦେଇ ରାସ୍ତା ପାର୍ଶର ଖାଲ ଖମା ଭର୍ତି କରିଛନ୍ତି। ତା ପରବର୍ତି କାର୍ଯ୍ୟ କଣ କରିବା କଥା କିଛି ସ୍ଥିରହୋଇ ନଥିବା ଦେଖିବାକୁ ମିଳିଛି । ଯଦ୍ୱାରା କି ନିରୀହ ସହରବାସି ନାହିଁ ନଥିବା ହଇରାଣ ହେଉଛନ୍ତି। ଜାତୀୟ ରାଜପଥ ସହର ମଧ୍ୟର ରାସ୍ତା ପାର୍ଶରେ ମୂରୁମ୍ ପକାଇବା କଣ ତାର ନିୟମରେ ଅଛି? ଯଦିଅଛି ତା ଉପରେ ପାଣି ପକାଇ ରୋଲିଂ ବ୍ୟବସ୍ଥା ଅଛି କି ନାହିଁ ବୋଲି ସହରବାସୀଙ୍କ ମନରେ ପ୍ରଶ୍ନବାଚି ହୋଇ ଯାଇଛି । ନିଘୋଡ଼ ନିଦ୍ରାରେ ଥିବା ରାଜପଥ ସଂସ୍ଥାର ଅଫିସର ହେଉ କିମ୍ବା ଜିଲ୍ଲା ପ୍ରଶାସନ ଏସବୁ ଦେଖି ନଦେଖିଲା ଭଳି ରହୁଥିବା ର କାରଣ କଣ ? ସରକାରୀ ବାବୁ ତଥା ଠିକାଦାର ଗାଡିର କାଚ ବନ୍ଦ କରି ଏସି ଲଗାଇ ବୁଲୁଥିଲା ବେଳେ ଜନସାଧାରଣ କର ପଇସାରେ ହେଉଥିବା ରାସ୍ତା କାହା ହିତରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

nis-ad
Leave A Reply

Your email address will not be published.