ଚିତ୍ରକୋଣ୍ଡା ଆଇସିଡ଼ିଏସ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଚିତ୍ରକୋଣ୍ଡା : ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ କେତେକ ସ୍ଥାନରେ ଚିତ୍ରକୋଣ୍ଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ସାତ ଦିନ ଧରି ଅର୍ଥାତ ଗଲା ତିନି ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିର୍ଣ୍ଣ ସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଉପଲକ୍ଷେ ସଭା ମାନ ଆୟୋଜନ କରାଯାଇ ପାଳିତ ହୋଇଆସୁଅଛି l ଚିତ୍ରକୋଣ୍ଡା ସମନ୍ବିତ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏ. ଅନ୍ନପୂର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା, ଯୋଡ଼ାମ୍ବ, ବଡପଦର ପଞ୍ଚାୟତ ଆରଏସସି ବାର ନମ୍ବର, ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ, ପଣଷପୁଟ, ଦୋରାଗୁଡ଼ା ରେ ପାଳନ ହୋଇ ଆସୁଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତ ଅଙ୍ଗନୱାଡି କର୍ମୀ, ଗ୍ରାମରୁ ଆସୁଥିବା ମହିଳା ବର୍ଗ, କିଶୋରୀ ବାଳିକା ମାନଙ୍କୁ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏ . ଅନ୍ନପୂର୍ଣ୍ଣା ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନର ଉଦ୍ଦେଶ୍ୟ ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପେକ୍ଷୀରେ ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କ ଅତୁଳନୀୟ ଭୂମିକା, ମହିଳା ମାନଙ୍କ ପ୍ରତି କରାଯାଉଥିବା ଅବହେଳା, ଘରୋଇ ହିଂଶା, ପ୍ରେମ ପ୍ରତାରଣା ଶିକାର,ସମାଜରେ ଚାଲି ଆସୁଥିବା ମହିଳାଙ୍କ ପ୍ରତି ଲିଙ୍ଗଗତ ଭେଦଭାବକୁ କିପରି ରୋକି ହେବ, ଗ୍ରାମାଞ୍ଚଳରେ ଦେଖା ଦେଉଥିବା ବାଲ୍ୟ ବିବାହକୁ ରୋକିବା ଓ ବାଳିକା ଶିକ୍ଷାକୁ ଗୁରୁତ୍ଵ ଦେବା ଉପରେ ଗୁରୁତ୍ଵର ସହ ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରେରଣା ଦିଆଯାଉଥିଲା । ସୁପରଭାଇଜର ମାନେ ସମାଜରେ ବାଳିକା ଶିକ୍ଷାର ଗୁରୁତ୍ଵ ନ ଦେବା, ବାଲ୍ୟ ବିବାହର ପରିଣତି, କନ୍ୟା ସନ୍ତାନ ପ୍ରତି କରାଯାଉଥିବା ଅବହେଳା ଭଳି କାର୍ଯ୍ୟଗୁଡିକୁ ରୋକିବା ପାଇଁ ପିତାମାତାଙ୍କ ଗୁରୁତ୍ଵ, ଗ୍ରାମରେ ଥିବା ମୁଖ୍ୟ ବ୍ୟକ୍ତି ବିଶେଷ, ପଞ୍ଚାୟତ ପ୍ରତିନଧିଙ୍କ ଭୂମିକା ଓ ଏହି ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଉପରେ କଥା ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଅଙ୍ଗନୱାଡି କର୍ମଚାରୀ ସମୁହ, ସୁପରଭାଇଜର ଚମ୍ପା ନାୟକ, ଶରତ ମଞ୍ଜରୀ ସ୍ୱାଇଁ,ରଞ୍ଜିତା ପୂଜାରୀ, ଭାନୁମତି ଭତ୍ରା, କେ. ଆଦି ଲଷ୍ମୀ ଓ ଗାଙ୍ଗି ଶ୍ରୀଗମ ପ୍ରମୁଖ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଶେଷ ଭାଗରେ ସିଡିପିଓ ଉପସ୍ଥିତ ଥିବା ସମସ୍ତ କିଶୋରୀ ବାଳିକାଙ୍କୁ, ମହିଳା ମାନଙ୍କ ଉତ୍ସାହ ପୂର୍ବକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଚିତ୍ରକୋଣ୍ଡା ଦ୍ଵାରା ମ୍ୟୁଜିକ ଚେୟାର, ପୁଚି ଖେଳ ଖେଳାଯାଇ ଭଳି ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ ପୁରସ୍କୃତ କରାଯାଇଥିଲା ।

nis-ad
Leave A Reply

Your email address will not be published.