ସୀମନବାଡ଼ିରେ ପଞ୍ଚୁଦଣ୍ଡ ନେଇ କମିଟି ଗଠନ

ଦାରିଙ୍ଗବାଡି,୬/୩, ସୀମନବାଡ଼ି ଠାରେ ପଞ୍ଚୁଦଣ୍ଡ ନେଇ ପୂର୍ବରୁ ଦୁଇ ଥର ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ରବିବାର ଦିନ ସନ୍ଧ୍ୟାରେ ଏନେଇ କମିଟି ଗଠନ ହୋଇଥିଲା । ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଜିତେନ୍ଦ୍ର ସାହୁ, ପ୍ରଦୀପ ସାହୁ, ଅଶୋକ ବେହେରା,ସାଧାରଣ ସମ୍ପାଦକ ଗିରିଶଚନ୍ଦ୍ର ସାହୁ ଓ ସହ ସମ୍ପାଦକ ତରଣୀ କୁମାର ସାହୁ, ସରୋଜ ସାହୁ, ନିଲୁ ସୁବୁଦ୍ଧି , କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ଙ୍କୁ ଚୟନ କରାଯାଇଥିଲା । ଏଥି ସହିତ ପରାମର୍ଶଦାତା ଓ ଅନ୍ୟ ପରିଚାଳନା କମିଟି ଗଠନ ହୋଇଥିଲା । ଏପ୍ରିଲ ୮ ତାରିଖ ଦିନ ସୀମନବାଡି ବଜାରରେ ପଞ୍ଚୁଦଣ୍ଡ କରିବା ନେଇ ନିଷ୍ପତି ହୋଇଥିଲା । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା ।

nis-ad
Leave A Reply

Your email address will not be published.