ଗଞ୍ଜାମରେ ଶିକ୍ଷକ ଗୁରୁତର ଓ ଶିକ୍ଷୟତ୍ରୀ ମୃତ

ଚ୍ୟାଲେଞ୍ଜ କରୁଛି କି ଅନଲାଇନ ଗେମ

ବ୍ରହ୍ମପୁର : ଗଂଜାମ ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାଟି ଘଟିଛି ଯାହାକି ଏକ ଶିକ୍ଷିତ ସମାଜ ପାଇଁ ଯେତିକି ଆଶ୍ଚର୍ଯ୍ୟ ସେହିପରି ଏହା ସନ୍ଦେହ ସୃଷ୍ଟି ହୋଇଛି । ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଲାଗି ରହିଥିବା ବେଳକୁ ସ୍ବାମୀ ଓ ସ୍ତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ଉଭୟେ ପାଇଁ ଅନର୍ଥ କାରଣରେ ଘଟଣା ଘଟିଥିବା ଜଣାପଡିଛି ହୋଇଛି । ଖବରମୁତାବକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ବ୍ଲକ୍ ଡେଙ୍ଗାଡି ଗ୍ରାମରେ ଅନଲାଇନ୍ ଗେମ୍ ଖେଳି ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ଦମ୍ପତ୍ତି ଜୟସେନ ମହାନ୍ତି ଓ ନୀଳେଦ୍ରି ମହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଥିଲେ । କିଛି ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା l ଦୁହେଁ ଅଲଗା ଅଲଗା ଜିଲ୍ଲାରେ ଶିକ୍ଷକ ଭାବରେ ଚାକିରି କରୁଥିଲେ l ସେମାନେ ଶିକ୍ଷିତ ବ୍ୟକ୍ତି ହୋଇ ମଧ୍ୟ ଏପରି ଘଟଣା କିଭଳି ଘଟିଲା ତାହା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଯାଇଛି । କାହିଁକି ଏବଂ କଣ ପାଇଁ ଏମିତି ଝଗଡ଼ା ଲାଗି ରହିବା ସହ ପରମୁହର୍ତ୍ତରେ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ,ଏହା ସମସ୍ତ ଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଘଟଣାସ୍ଥଳେ ସ୍ତ୍ରୀ ନିଳେନ୍ଦ୍ରି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିବା ସହ , ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ର ଚିହ୍ନ ରହିଛି ।ଅନ୍ୟ ପଟେ ସ୍ବାମୀ ର ବେକ ଓ ହାତରେ ଆଘାତ ହେବା ସହ ଛୁରା ମାଡ଼ ହୋଇ ରକ୍ତ ମଧ୍ୟ ଲାଗିରହିଛି l ଗ୍ରାମବାସୀଙ୍କ ସହଯୋଗ ରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନିଆଯାଇଛି । ଗ୍ରାମବାସୀ ଓ ଜୟସେନ୍ ଙ୍କ ସାଙ୍ଗସାଥୀ ମାନଙ୍କ ସୁଚନାପ୍ରକାରେ ଅନଲାଇନ୍ ଗେମ୍ ରେ ଟଙ୍କା ଖେଳୁଥିଲେ ଜୟସେନ୍ ମହାନ୍ତି l ବୋଧେହୁଏ ସେଥିରେ ବାକି ହୋଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଇଛନ୍ତି l ଘଟଣାସ୍ଥଳରେ ପାଟପୁର ପୋଲିସ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଏବଂ ଛତ୍ରପୁରରୁ ସାଇଣ୍ଟଫିକ୍ଟିମ୍ ଆସିବା ସହ ସନ୍ଧାନୀ କୁକୁର ମଧ୍ଯ ଆସିବ l ପୋଲିସ୍ ତଦନ୍ତ କରିବା ପରେ ହିଁ ପ୍ରକୃତ ଘଟଣା କଣ ଜଣା ପଡ଼ିବ l ସତରେ ସ୍ତ୍ରୀ ଜଣକ ଆତ୍ମହତ୍ୟା କରିଛି ନା ମାରିଦିଆଯାଇଛି । ଯଦିଓକଥାଟି ସତ୍ୟ ଏକ ଶିକ୍ଷକ ହୋଇ ଅନଲାଇନ୍ ଗେମ ଖେଳରେ କୋଟିପତି ସ୍ବପ୍ନ ଦେଖୁଥଲେ ତେବେ ଶିକ୍ଷିନେବା ଛାତ୍ରଛାତ୍ରୀଙ୍କୁ କଣ ଶିକ୍ଷା ଦେଉଥିଲେ ତାହା ବୁଦ୍ଧିଜୀବୀ ଓ ଶିକ୍ଷିତ ସମାଜ ପାଇଁ ପ୍ରଶ୍ନବାଚୀ ର କାରଣ ହୋଇଯାଇଛି ।ଏହା ଏକ ଏକ ଗଞ୍ଜାମ ଜିଲ୍ଲା ପାଇଁ ଚାଲେଞ୍ଜ କରୁଛିକି ? ଖେଳିବାରୁ ପଇସା ହାରି ଉଭୟ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି l ଏକ ଶିକ୍ଷିତ ବ୍ୟକ୍ତି ହୋଇ ମଧ୍ୟ ଏପରି ଘଟଣା କିଭଳି ଘଟିଲା ଏବଂ ସନ୍ଦେହ ମନକୁ ମଧ୍ୟ ଆଶୁଛି l କାହିଁକି ଓ କଣ ପାଇଁ ଏମିତି ଝଗଡ଼ା ଲାଗି ରହିବା ପରିଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏକ ସମସ୍ତ ଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି l

nis-ad
Leave A Reply

Your email address will not be published.