ପାକିସ୍ତାନ ନେତାଙ୍କୁ ଚପଲରେ ପିଟୁଛନ୍ତି ଲୋକେ !

ଇସ୍ଲାମାବାଦ : ପାକିସ୍ତାନରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଏବଂ ଲୋକଙ୍କ ହିନସ୍ତା କହିଲେ ନ ସରେ । ଅଟା ଓ ଡାଲି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତ ବଢିଯାଇଛି, ତାସହିତ ବଜାରରେ ଏଗୁଡ଼ିକର ଅଭାବ ମଧ୍ୟ ଦେଖାଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି ।
ଏପରି ସ୍ଥିତିରେ ନିଜର ଅସନ୍ତୋଷ ପ୍ରକାଶ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । କେତେକ ଏପରି ପଦ୍ଧତିରେ ବିରୋଧ ପ୍ରଦର୍ଶନ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏପରି ଏକ ପ୍ରତିବାଦ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ପାକିସ୍ତାନର କେଉଁ ସହରରେ ଏହି ବିରୋଧ କରାଯାଉଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଭିଡିଓରେ ଦେଖାଯାଉଛି ଯେ, ରାସ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରି ଓ ଜେୟୁଆଇ-ଏଫର ମୁଖ୍ୟ ମୌଲାନା ଫଜଲୁଲ ରେହେମାନଙ୍କ ପୋଷ୍ଟର ଲଗାଯାଇଛି । ଫଟୋ ଆଗରେ କାଠରେ ତିଆରି ଏକ ଫ୍ରେମ ଲାଗିଛି ଯାହାର ଆଗରେ ଚପଲ ବନ୍ଧାଯାଇଛି ଓ ପଛରେ ଏକ ରସି ଲାଗିଛି । ଲୋକମାନେ ରସି ଭିଡିଲେ ଚପଲ ଯାଇ ନେତାଙ୍କ ମୁହଁରେ ମାଡ଼ ହେଉଛି । ଏହି ନେତାମାନଙ୍କୁ ଚପଲ ମାଡ଼ କରିବାକୁ ଲୋକମାନେ ଲାଇନରେ ଛିଡ଼ା ହୋଇ ଅପେକ୍ଷା କରୁଥିବା ଦେଖାଯାଉଛି । କିଛି ଲୋକ ଏହି ଚପଲମାଡ଼ର ଭିଡିଓ ମଧ୍ୟ ସୁଟିଂ କରୁଛନ୍ତି ।

nis-ad
Leave A Reply

Your email address will not be published.