କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି | ଢେଙ୍କାନାଳ ଜିଲ୍ଲା ସହ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନେକ କାର୍ଯ୍ୟକର୍ତ୍ତା କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଜେପିର ମେଣ୍ଟକୁ ଲୋକମାନେ ଗ୍ରହଣ କରିଛନ୍ତି । ଏହା ସହ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ନିନ୍ଦନୀୟ କହିବା ସାଙ୍ଗକୁ ଇଟାଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବା ବେଳେ ରାହୁଲ ଅନ୍ୟ ଦେଶରେ ଯାଇ ଭାରତକୁ ଅପମାନିତ କରିବାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇବା ସାଙ୍ଗକୁ ନବୀନ ସରକାରଙ୍କ ୨୩ ବର୍ଷ ଶାସନ କାଳର ପୂର୍ତ୍ତି ଅବସରରେ ତାତ୍ସଲ୍ୟ ଢଙ୍ଗରେ ଶୁଭେଚ୍ଛା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସେଦିନର ଦୃଶ୍ୟ ସମସ୍ତେ ଦେଖିଛନ୍ତି । କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି, କିଛି ପୁଲିସ ଜୋତା ଖୋଲି ମାରୁଥିଲେ ଏସବୁ ଭିଡ଼ିଓରୁ ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି । କିଛି ଦିନ ପୂର୍ବରୁ ବାଣୀବିହାରରେ ଏବିଭିପିର କିଛି ସଦସ୍ୟ ସମ୍ବିଧାନ ବିରୋଧୀ ନାରାକୁ ବିରୋଧ କରିଥିଲେ ଏବଂ ତାକୁ ବିରୋଧ କରିବାରୁ ସେମାନେ ଜେଲରେ ଅଛନ୍ତି । ଏହି ଶାସନ ବ୍ୟବସ୍ଥା ପାଇଁ କୃତଜ୍ଞ ବୋଲି କହିବା ସାଙ୍ଗକୁ ଆଗାମୀ ଦିନରେ ଏମିତି ବିରୋଧ ଘରୁ ଘରୁ ଆରମ୍ଭ ହେବ ସେତେବେଳେ ଜେଲ କମ ପଡିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.