ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି

ସୁନ୍ଦରଗଡ : ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ । ସଂଘର ନେତାଙ୍କ ସହ ମୁଖ୍ୟ ସଚିବଙ୍କ ଆଲୋଚନା ପରେ ବି ଶିକ୍ଷକଙ୍କୁ ସେମାନଙ୍କ ହକ ମିଳିନି । ତେଣୁ ଆଗାମୀ ମେଟ୍ରିକ୍‌ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ମହାସଂଘ ନିଷ୍ପତ୍ତି ନେଇଛି ।

ଆଜି ସୁନ୍ଦରଗଡ଼ ପ୍ରଗତୀ ମଣ୍ଡପରେ ସଭାପତି ହୋତେଶ୍ୱର ଶେଖର ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ହୋଇଛି । ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ୩ ଦିନ ରାଜଧାନୀରେ ବିକ୍ଷୋଭ କରିବାକୁ ସଂଘ ଚେତାବନୀ ଦେଇଛି । ଏଥିସହ ଅର୍ନିଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟିରେ ରେ ରହିବା ପାଇଁ ନିଷ୍ପତ୍ତି ହୋଇଛି ।

nis-ad
Leave A Reply

Your email address will not be published.