କୋଭିଡ୍‌ ଉତ୍ପତ୍ତି ବିଷୟରେ ସତ କୁହନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…

ଜିନିଭା: କୋଭିଡ୍‌-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି।

ଚୀନ୍‌ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍‌-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍‌ ଲିକ୍‌’ କହିଛି ଏବଂ ଏହା ଏବେ ସମଗ୍ର ବିଶ୍ବରେ ଆଲୋଚ୍ୟ ବିଷୟ ପାଲଟିଛି।

ମଙ୍ଗଳବାର ଦିନ ‘ଏଫ୍‌ବିଆଇ’ ନି‌ର୍ଦେଶକ ଖ୍ରୀଷ୍ଟୋଫର୍‌ ରେ’ ‘ଫକ୍ସ୍‌ ନିଉଜ୍‌ ଟେଲିଭିଜନ୍‌’କୁ କହିଛନ୍ତି ଯେ, କୋଭିଡ୍‌-୧୯ ମହାମାରୀର ସମ୍ଭାବ୍ୟ ଉତ୍ସ ଉହାନ୍‌ ଲ୍ୟାବ୍ରଟରି ଅଘଟଣ ହୋଇଥିବ।

୨୦୧୯ ଶେଷ ଆଡ଼କୁ ଚୀନା ନଗରୀ ଉହାନ୍‌ରେ ପ୍ରଥମେ ନୂଆ କରୋନା ଭାଇରସ୍‌ ସଂକ୍ରମଣ ରେକର୍ଡ କରାଯାଇଥିଲା। ସେଠାରେ ଭୂତାଣୁ ପରୀକ୍ଷାଗାର ରହିଛି।

nis-ad
Leave A Reply

Your email address will not be published.