ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇ କଂଗ୍ରେସ ନେତା କୌସ୍ତୁଭ ବାଗ୍‌ଚି ଗିରଫ…

କୋଲ୍‌କାତା: ଗୋଟାଏ ଘରୋଇ ଟେଲିଭିଜନ୍‌ ‘ଟଅକ୍‌ ସୋ’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ତଥା ଆଡ୍‌ଭୋକେଟ୍‌ କ‌ୌସ୍ତୁଭ ବାଗ୍‌ଚିଙ୍କୁ କୋଲ୍‌କାତା ପୁଲିସ ଗିରଫ କରିଛି।

ଟିପ୍ପଣୀ ଦେବା ପରେ କଂଗ୍ରେସ ନେତା କୌସ୍ତୁଭଙ୍କ ନାଁରେ କୋଲ୍‌କାତାର ବର୍ତୋଲ୍ଲା ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଥିଲା। ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ସେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଓ ଶାସକ ଦଳକୁ ସମାଲୋଚନା କରି ଆସୁଛନ୍ତି।

ଉକ୍ତ ଅଭିଯୋଗକୁ ଆଧାର କରି ତୁରନ୍ତ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯିବାଯାଇ ବର୍ତୋଲ୍ଲା ଥାନାର ପୁଲିସ ଟିମ୍‌ ଅପରାହ୍ଣ ପ୍ରାୟ ୩ଟା ବେଳେ ବାରାକ୍‌ପୁର୍‌ସ୍ଥିତ କୌସ୍ତୁଭଙ୍କ ବାସଭବନରେ ପହଞ୍ଚିଥିଲା। କିଛି ସମୟ ଜେରା କରାଯିବା ପରେ ଆଜି ସକାଳ ୭.୩୦ରେ ତାଙ୍କୁ ଗିରଫ କରାଯାଇଛି।

ତାଙ୍କ ନାଁରେ ‘ଆଇପିସି’ ଧାରା ୧୨୦ବି, ୩୫୪ଏ. ୫୦୪, ୫୦୫, ୫୦୯, ୫୦୬, ଏବଂ ୧୫୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।

ଶୁକ୍ରବାର ରାତି ପ୍ରାୟ ୪ଟା ବେଳେ ବାଗ୍‌ଚି ‘ଫେସ୍‌ବୁକ୍‌’ରେ ଲେଖିଥିଲେ, ପରିଶେରେ ମୁଁ ଗିରଫ ହେଲି। ‘ଫେସ୍‌ବୁକ୍‌’ ପୋଷ୍ଟ୍‌ ପ୍ରସାରଣ ହେବା ପରେ ତୁରନ୍ତ ବାଗ୍‌ଚିଙ୍କୁ ମୁକ୍ତ କରିବା ପାଇଁ ଦାବି କରି କଂଗ୍ରେସ କର୍ମୀମାନେ ବୁର୍ତୋଲ୍ଲା ଥାନା ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଗିରଫ ହୋଇଥିବା କଂଗ୍ରେସ ନେତା କୌସ୍ତୁଭ ବାଗ୍‌ଚିଙ୍କୁ ଆଜି ବ୍ୟାଙ୍କ୍‌ଶାଲ ଅଦାଲତରେ ହାଜର କରାଯିବ ବୋଲି କୋଲ୍‌କାତା ପୁଲିସ କହିଛି।

nis-ad
Leave A Reply

Your email address will not be published.