ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ବାପା…

ଲାଞ୍ଜିଗଡ଼ : ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ। ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି। ଏଇ ଅଭାବନୀୟ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଲାଞ୍ଜିଗଡ଼ ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ବ୍ୟକ୍ତି ନିଜ ପରିବାର ସହିତ କିଛି ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେମାନଙ୍କ ସହିତ ତାଙ୍କର ୧୨ ବର୍ଷୀୟା ନାବାଳିକା ଝିଅ ମଧ୍ୟ ଥିଲା। ସେଠାରେ ନିଜ ନାବାଳିକା ଝିଅ ଉପରେ ବାପର ପାଶବିକ ଅତ୍ୟାଚାର ବଢ଼ିଯିବାରୁ ଝିଅର ମାଆ ରାକ୍ଷସ ସ୍ବାମୀଙ୍କୁ କେରଳରେ ଏକା ଛାଡ଼ି ପୁଅଝିଅଙ୍କୁ ଧରି ଘରକୁ ପଳାଇ ଆସିଥିଲେ। ସ୍ତ୍ରୀ ଓ ପରିବାର ଚାଲି ଆସିବା ପରେ ଗତ ସପ୍ତାହେ ପୂର୍ବରୁ ଅଭିଯୁକ୍ତ ବାପ ମଧ୍ୟ କେରଳରୁ ଘରକୁ ପଳାଇ ଆସିଥିଲା।  ତେବେ ଏଠାରେ ବି ସେ ସୁଧୁରିବା ବଦଳରେ ନାବାଳିକା ଝିଅ ଉପରେ ପାଶବିକ ଅତ୍ୟାଚାର କରିଥିଲା। ଏଥିରେ ଅତିଷ୍ଠ ହୋଇ ପୀଡ଼ିତା ନାବାଳିକା ଲାଞ୍ଜିଗଡ଼ ଥାନାର ଦ୍ବାରସ୍ତ ହୋଇଥିଲା। ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଭାରପ୍ରାପ୍ତ ଥାନାଧିକାରୀ ମମତା ହେମ୍ବ୍ରମ ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତ ବାପକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଶନିବାର କୋର୍ଟଚାଲାଣ କରାଯାଇଛି। ଘଟଣାଟି ଅଞ୍ଚଳରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.