୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ…

କେନ୍ଦୁଝରଗଡ଼଼: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ରୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଘର ଶତାଧିକ ସଦସ୍ୟ ଶୁକ୍ରବାର ଜିଲା ଓ ପୁଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ଦଫା ସମ୍ବଳିତ ଦାବି ପୂରଣ ନେଇ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଥିବା ପରିପ୍ରେକ୍ଷୀରେ ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ସଫଳ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ କେନ୍ଦୁଝର ଜିଲା ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତି ସମସ୍ତ ଚାଳକଙ୍କୁ ନିବେଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସଂଘର ଜିଲା ଉପସଭାପତି ମାନସ ରଞ୍ଜନ ପାତ୍ର, ସହସମ୍ପାଦକ ବ୍ରହ୍ମେଶ୍ୱର ଦାସ, ବଳଭଦ୍ର ସାହୁ, ମାନସ ରଞ୍ଜନ ପାତ୍ରଙ୍କ ନେତୃତ୍‌‌ବରେ ଶତାଧିକ ସଦସ୍ୟ ଶୁକ୍ରବାର ଜିଲାପାଳ କାର୍ଯ୍ୟାଳୟ, ଏସ୍‌‌.ପି.କାର୍ଯ୍ୟାଳୟ, ସଦର ଉପଜିଲାପାଳ କାର୍ଯ୍ୟାଳୟ ଓ ଟାଉନ ଥାନାରେ ଷ୍ଟିଅରିଂ ଛାଡ ଆନ୍ଦୋଳନ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି।ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସହ ପ୍ରତି ୧୦୦ କି.ମ. ବ୍ୟବଧାନରେ ଡ୍ରାଇଭର ମାନଙ୍କ ବିଶ୍ରାମ ଗୃହ, ୨୦ଲକ୍ଷ ଟଙ୍କା ବୀମା ରାଶି, ୫ଲକ୍ଷ ଟଙ୍କାର ଆବାସ ଗୃହ ଯୋଗାଣ, ୬୦ବର୍ଷ ପରେ ଅବସରକାଳୀନ ପେନସନ ପ୍ରଦାନ, ଡ୍ରାଇଭର ମାନଙ୍କ ସନ୍ତାନସନ୍ତତିଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ପ୍ରୋତ୍ସାହନ ଆଦି ୧୦ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଦାବି ପୂରଣ ନହେବାରୁ ଚଳିତମାସ ୧୫ ତାରିଖରୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ କେନ୍ଦୁଝର ଜିଲା ସଂଘକୁ ଅଲ ଓଡ଼ିଶା ପରିବହନ ଚାଳକ ସଂଘ, ଓଡ଼ିଶା ମୋଟର ଚାଳକ ସଂଘ ଓ ନାଇଟ୍‌‌ ହେଲ୍ପ ଗ୍ରୁପ କ୍ୟାବ୍‌‌ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଏହାକୁ ସମର୍ଥନ ଘୋଷଣା କରାଯିବା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

nis-ad
Leave A Reply

Your email address will not be published.