ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରେ ଶିଶୁ ମାନଙ୍କ ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ…

ଚିତ୍ରକୋଣ୍ଡା(୦୩/୦୩) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଗତ ଯୋଡ଼ାମ୍ବ ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶିଶୁବିକାଶ କାର୍ଯ୍ୟାଳୟ ଆନୁକୂଲ୍ୟରେ ଯୋଡ଼ାମ୍ବ ଅଙ୍ଗନୱାଡି କେନ୍ଦ୍ରଠାରେ ଶିଶୁ ମାନଙ୍କର SAM (ଅତିଶୟ ପୃଷ୍ଟିହୀନତା) / MAM (ମଧ୍ୟମଧରଣର ପୃଷ୍ଟିହୀନତା) ସମ୍ବନ୍ଧୀୟ ଏକ SCREENING CAMP ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କ୍ୟାମ୍ପରେ ଚିତ୍ରକୋଣ୍ଡା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏ.ଅର୍ଣ୍ଣପୂର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଯୋଡ଼ାମ୍ବ ମେଡିକାଲ ଡାକ୍ତର ବିଜୟ କୁମାର ରାଉତ ଙ୍କ ଉପସ୍ଥିତିରେ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଭୁକ୍ତ ଯୋଡ଼ାମ୍ବ, ଦାରାଲାବେଢା ଓ ଜନ୍ତୁରାଇ ଗ୍ରାମର ପ୍ରାୟ ଶତାଧିକ ମହିଳାଙ୍କ ସମେତ ତାଙ୍କ ଶିଶୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ବହୁ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଙ୍କ ଦ୍ୱାରା ଶତାଧିକ  ଶିଶୁଙ୍କର ଓଜନ ମାପ ସହ ଉଚ୍ଚତା ମାପ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଭୁକ୍ତ ବହୁ ଅଙ୍ଗନୱାଡି କର୍ମଚାରୀଙ୍କ  ସହ ଅଙ୍ଗନ ୱାଡି ସୁପରଭାଇଜର ରଞ୍ଜିତା ପୂଜାରୀ, ଭାନୁମତି ଭତ୍ରା, ଆଦି ଲକ୍ଷ୍ମୀ, ଚମ୍ପା ନାୟକ ଓ ଗାଙ୍ଗି ଶ୍ରୀଗମ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.