ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗୀତା…


ଫୁଲବାଣୀ :-ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗୀତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀର ପ୍ରଧାନ ଶିକ୍ଷୟତ୍ରୀ ମୀନା କୁମାରୀ ଦିଗାଲ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶିକ୍ଷୟତ୍ରୀ ତରୁଲତ l ପରିଡ଼ା, ସୁଜାତା ପଟ୍ଟନାୟକ, ମୀନା କୁମାରୀ ଭୋଇ, ରାମକୃଷ୍ଣ ନନ୍ଦ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଏଥିରେ ଶଶି ରେଖା ବେହେରା ପ୍ରଥମ, ଲକ୍ଷ୍ମୀପ୍ରିୟା ସାହୁ ଦ୍ୱିତୀୟ ଏବଂ ଡି. ଭାଗ୍ୟ ଶ୍ରୀ ତୃତୀୟ ହୋଇ ଥିଲେ, ସେହିପରି ଚିତ୍ର ଙ୍କ ନ ରେ ବିଜୟିନୀ ମାଝୀ ପ୍ରଥମ, ଦେବସ୍ମିତା କହଁର ଦ୍ୱିତୀୟ ଏବଂ ଅର୍ଚ୍ଚନା ପ୍ରଧାନ ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରୀ ମନଙ୍କୁ ଅବଗତ କରିଥିଲେ l ପ୍ରତି ଯୋଗିତlରେ ବିଜୟୀ ହୋଇ ଥିବା ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଉପସ୍ଥିତ ଥିବା ଛାତ୍ରୀ ମା ନ ଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରିତିମା ବାଘ୍ ଧନ୍ୟ ବାଦ ଅର୍ପଣ କରି ଥି ଲେ l

nis-ad
Leave A Reply

Your email address will not be published.