କେବେ ବିକାଶ ଦେଖିବ ତୋହରା ପଞ୍ଚାୟତ… ?

ଉମରକୋଟ : ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, କିନ୍ତୁ କେତେଦୂର କାର୍ଯକାରୀ ହେଉଛି ସେଗୁରିକ ତଦାରଖ କରିବାର ଅଭାବ ରହି ଯାଉଛି ସରକାରଙ୍କର | ଏହାର ଏକ ଉଦାହରଣ ହେଲା ତୋହରା ପଞ୍ଚାୟତ | ଉମରକୋଟ ବ୍ଲକଅନ୍ତର୍ଗତ ତୋହରା ପଞ୍ଚାୟତ ଘୋଷଣା ହେବାର ଦୀର୍ଘ ସାତ ବର୍ଷ ହୋଇଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଆଖି ଦୃଶିଆ କୌଣସି କାର୍ଯ୍ୟ ଏ ପଞ୍ଚାୟତରେ ହୋଇନାହିଁ | ବହୁତ ବଡ଼ ଦୁଃଖ୍ୟର ବିଷୟ ହେଲା ପନ୍ଦର ବର୍ଷ ପୂର୍ବେ, ତୋହରା ଭିତର ଦେଇ ପ୍ରଧାନମନ୍ତ୍ରୀ ସଡ଼କ ଯାଇଥିଲା, କିନ୍ତୁ ଗ୍ରାମ ଭିତର ଦେଇ ପ୍ରାୟ ଅଧା କିଲୋମିଟର କଂକ୍ରିଟ ରୋଡ଼ ହେଇଥିଲା | ସେଗୁଡିକ ଭାଙ୍ଗି ଭାଙ୍ଗି ବଡ଼ ବଡ଼ ଗାତ ହୋଇଯାଇଅଛି | ବର୍ତମାନ କୌଣସି ଜନନୀ ସୁରକ୍ଷା ଗାଡ଼ି ଯାଇପାରୁନାହିଁ, କି ଆମ୍ବୁଲାନ୍ସ ଗାଡ଼ି ଯାଇପାରୁନାହିଁ | ଯାହା ଫଳରେ ସାଧାରଣ ଜନତାଙ୍କୁ ହନ୍ତ ସନ୍ତ ହେବାକୁ ପରୁଛି | ତୋହରା ପଞ୍ଚାୟତରେ ଛୋଟ ବଡ଼ ପ୍ରାୟ 30ଖଣ୍ଡ ଗ୍ରାମ ଅଛି | କିଛି ଗ୍ରାମରେ ଏ ପର୍ଯ୍ୟନ୍ତ ଯିବା ଆସିବା ପାଇଁ କୌଣସି ରାସ୍ତା ତିଆରି ହୋଇନାହିଁ | କିଛି ଗ୍ରାମରେ ଏପର୍ଯ୍ୟନ୍ତ ପିଲାମାନଙ୍କ ପାଠ ପଢ଼ିବା ପାଇଁ ସ୍କୁଲ ନାହିଁ | କିଛି ଗ୍ରାମରେ ପିଇବା ପାଣିର ବ୍ୟବସ୍ଥା ନାହିଁ | କିଛି ଗ୍ରାମରେ ବିଦ୍ୟୁତ ଯାଇ ନାହିଁ, ଏପଟେ ସରକାର କହୁଛିନ୍ତି ଆମେ 5ଟି ଯୋଜନାରେ ବହୁତ ଉନ୍ନତି କରିଛୁ | ସରପଞ୍ଚ ମହାଶୟଙ୍କୁ ପଚାରିଲେ କହୁଛନ୍ତି ଆମେ ସବୁ ବିଷୟରେ ସରକାରଙ୍କୁ ଜଣେଇଛୁ | କିନ୍ତୁ ସରକାରି ବାବୁମାନେ ଆମ ତୋହରା ପଞ୍ଚଯାତ ପାଇଁ କର୍ଣ୍ଣ ଗୋଚର କରୁନାହାନ୍ତି | ତୋହରା ପଞ୍ଚାୟତର ରାସ୍ତା କୁ ନେଇଁ, ଉମରକୋଟ ଗ୍ରାମ୍ୟ ବିକାଶ ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କହୁଛନ୍ତି ବର୍ତମାନ ଆମ ପାଖରେ କୌଣସି ଫଣ୍ଡ ନାହିଁ | ଫଣ୍ଡ ଟଙ୍କା ଆସିଲେ ଯେତେ ଦୂର ଯାହା କରାଯିବ | ବର୍ତମାନ ତୋହରା ପଞ୍ଚଯାତର ଜନସାଧାରଣ ଅପେକ୍ଷାରେ ରହିଲା କେବେ ସରକାରଙ୍କର ଫଣ୍ଡ ଆସିବ, ଆଉ ତୋହରା ପଞ୍ଚଯାତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହେବ |

nis-ad
Leave A Reply

Your email address will not be published.