ହିଞ୍ଜିଳିକାଟୁ ପୌରପରିଷଦରେ ୪୧ ଜଣ ଭାଗିଦାରୀ ପାଇଲେ ସାଇକେଲ

ହିଞ୍ଜିଳିକାଟୁ ୨।୩ : ଗୁରୁବାର ମୁଖ୍ୟମନ୍ତ୍ରୀ ଭୂବନେଶ୍ବର ଲୋକସେବା ଭଵନରେ ୮ ହଜାର ସହଭାଗୀ ଙ୍କୁ ସାଇକେଲ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌରପାଳିକା ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଦେଖାଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନଶକ୍ତି ର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆହାରକେନ୍ଦ୍ର ର ୪ ଜଣ ମହିଳା, ଜଳସାଥୀ ୪ଜଣଙ୍କୁ , ସ୍ଵଛକର୍ମୀ ୧୪, ଫେକ୍ଟ ର୭ ଜଣଙ୍କୁ, ସ୍ବଛସାଥି ୧୦ ଜଣଙ୍କୁ , ଏବଂ ସୁପରଭାଇଜର ୨ ଜଣଙ୍କୁ ମୋଟ ୪୧ ଜଣ ମିଶନଶକ୍ତି ଗୋଷ୍ଟି ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ,ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ହିଞ୍ଜିଳିକାଟୁ ପୌରପାଳିକା ନଗର ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ପୂର୍ବତନ ଉପନଗରପାଳ ହୃଦ଼ୟାନନ୍ଦ ମହାପାତ୍ର, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା,ହିଞ୍ଜିଳିକାଟୁତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଯୋଗ ଦେଇ ସଵୁଜ ପତକା ଦେଖାଈ ସହଭାଗୀ ମାନେ ସାଇକେଲ ଚଳାଇଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ର ସମସ୍ତ କାଉନସିଲର, ପୌରପାଳିକା ରସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.