ଦାରିଙ୍ଗବାଡ଼ି ବ୍ଳକରେ ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଲେ

ଦାରିଙ୍ଗବାଡ଼ି (୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ୪ଟି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଲେଖିଥିବା ସୂଚନା ରହିଛି। ବିଜ୍ଞାନରେ ୨୮ଜଣ ଓ ବାଣିଜ୍ୟରେ ୩୧ ଜଣ ଓ କଳାରେ ୭୫୪ ଜଣ ପରୀକ୍ଷା ଲେଖୁଛନ୍ତି । ଦାରିଙ୍ଗବାଡ଼ି.ବି.ଆର୍.ଆମ୍ଭେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ୩୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲେଖୁଥିଲା ବେଳେ ,ଦାରିଙ୍ଗବାଡ଼ି ପ୍ରମିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଯୁକ୍ତ ଦୁଇ କଳାରେ ୯୮ଜଣ, ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ୨୮ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ବ୍ରାହ୍ମଣୀଗାଁ ଋଷିମାଳ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ୩୨୭ଜଣ ଓ ବାଣିଜ୍ୟରେ ୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲେଖୁଥିବା ଜଣା ପଡ଼ିଛି। ଏହି ୪ଟି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ୮୧୩ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ଟି ପରୀକ୍ଷା କେନ୍ଦ୍ର ରହିଛି। ଯଥା ଦାରିଙ୍ଗବାଡ଼ି .ବି.ଆର୍.ଆମ୍ଭେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀଗାଁ ଋଷିମାଳ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଓ ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ହୋଇଛି ।

nis-ad
Leave A Reply

Your email address will not be published.