ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା, ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର…

ବାଲେଶ୍ୱର: ନିଜ ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା । ଏଭଳି ଅବାନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆ ଠାରେ । ମୃତକ ହେଲେ ରଘୁନାଥ ବେହେରା ଓ ପତ୍ନୀ ପ୍ରଭାତୀ ।

ରାତି ପ୍ରାୟ ୧୦ଟା ବେଳେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ଘରୁ ମାତ୍ର ୫ ଶହ ମିଟର ଦୂର ମୁନି ସବିର ବାଲିପଡ଼ିଆ ଠାରେ ଥିବା ଫାର୍ମ ହାଉସକୁ ଯାଇଥିଲେ । ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକ ଆସିଲା ବେଳକୁ କେହି ଦୁର୍ବୃତ୍ତ ତାଙ୍କର ଗଳାକାଟି ହତ୍ୟା କରି ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଫାର୍ମ ବାହାରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିକଟରେ ରଘୁନାଥଙ୍କର ସ୍କୁଟି ରହିଥିଲା l ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ଛାନବିନ କରୁଛି ପୋଲିସ ।

nis-ad
Leave A Reply

Your email address will not be published.