ଧାନର ଅଭାବୀ ବିକ୍ରି, ଅବ୍ୟବସ୍ଥା ଓ ଟୋକେନ ଟାର୍ଗେଟ ବଢେଇବା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଲକରେ ଧାନର ଅଭାବୀ ବିକ୍ରି ଓ ଟୋକେନ ଟାର୍ଗେଟ ବଢାଇବା ଦାବି ନେଇ ଅଞ୍ଚଳର ଶତାଧିକ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ସୁକାନ୍ତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଚାଷୀ ନେତା ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହ ଶହ ଚାଷୀ ମାନେ ଗୁରୁବାର ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ନାରାବାଜି ଦେଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ l ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଧାନର ଟାର୍ଗେଟ ବଢାଇବା, ଶୃଙ୍ଖଳିତ ଭାବେ ଚାଷୀଙ୍କ ଧାନ କିଣିବାର ବ୍ୟବସ୍ଥା ସୋସାଇଟିରେ ହିଁ କରିବା ସମେତ ଚାଷୀ ଙ୍କ ହିତ ନିମନ୍ତେ ବିଭିନ୍ନ ଦାବି ସମ୍ପର୍କରେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି l ଏନେଇ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଥିଲେ ମଧ୍ୟ ଧାନର ଅଭାବୀ ବିକ୍ରି ହୋଇଥିବାରୁ ଚାଷୀ ମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି l ଆସନ୍ତା ସାତ ଦିନ ମଧ୍ୟରେ ଟାର୍ଗେଟ କୁ ବଢ଼ାଯାଇ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣା ନ ଗଲେ ଆଗାମୀ ଦିନରେ ଦିଗପହଣ୍ଡି ଅଞ୍ଚଳରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ନେତା ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି l ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ବୃନ୍ଦାବନ ବେହେରା, ଭୀମସେନ ବେହେରା, ଅଭିମନ୍ୟୁ ସ୍ୱାଇଁ, ଦଣ୍ଡପାଣି ସାହୁ, ଦେବ ପ୍ରଧାନ, କୃଷ୍ଣ ପାତ୍ର ଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଶତାଧିକ ଚାଷୀମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.