ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ…


ସୁନ୍ଦରଗଡ଼ – ୦୧/୦୩/୨୩ ସ୍ଥାନୀୟ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଗତ କାଲି ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବିଜ୍ଞାନ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ଲଳିତ ରଞ୍ଜନ ସାହୁ ପୌରାହିତ୍ୟ କରି ମହାନ୍ ବୈଜ୍ଞାନିକ ସାର୍ ସି.ଭି ରମଣଙ୍କ ଜୀବନ ଓ ତାଙ୍କ ଉପଲବ୍ଧି ବିଷୟରେ ଆଲୋକପାତ କରିବା ସହିତ ଭୂକମ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୂର୍ବତନ ସୁନାମଧନ୍ୟ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବିଶ୍ଵ ପ୍ରତି ବିଜ୍ଞାନର ଅବଦାନ ସମ୍ବନ୍ଧରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ:ସୁନନ୍ଦା ସାହୁ ବିଶ୍ଵ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜର ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ଼: ନିରିୟଶ ଏକ୍କା ଯୋଗ ଦେଇ ପ୍ରାଣୀଜଗତ ଉପରେ ବିଜ୍ଞାନର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସଭାର ପ୍ରାରମ୍ଭରେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ମୋହନ ମୁରାରି ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ:କୁମୁଦିନୀ ରାଉତରାୟ, ଆଲୋକ ନାଏକ, ପ୍ରଭାକର ସେଠୀ, ସେବତୀ ପ୍ରଧାନ, ରାଧାନାଥ ମିଶ୍ର, ସରୋଜ ପୁଝାରୀ, ଡ:ସୁମନ୍ତ ମହନ୍ତ, ସୌମ୍ୟା ବାରିକ, ପ୍ରଜ୍ଞା ପରମିତା ଦାଶ,ସ୍ମିତାରାଣୀ କୁଲ୍ଲୁ, ଡ:ପଦ୍ମିନୀ ସୁନା ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ। ବିଜ୍ଞାନ ସଂସଦର ଉପସଭାପତି ମୋହନ ମୁରାରି ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.