ହତ୍ୟାକାରୀକୁ ଦଶବର୍ଷ କାରାଦଣ୍ଡ…

ସୁନ୍ଦରଗଡ଼ : ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ଶୁଭଦର୍ଶୀ ପଟନାୟକ ସୁନ୍ଦରଗଡ଼ ଏସ.ଟି କେଶ୍ ନମ୍ୱର୍ ୯୪/୨୦୧୮ ରେ ଏକ ହତ୍ୟା ଘଟଣାରେ ଜଣେ ଅପରାଧୀ ଭ୍ରମର କୁଅଁରକୁ ଆଇ.ପି.ସି ର ଦଫା ୩୦୪(୧) ରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କୁଅଁର କେଲା ଗ୍ରାମରେ ଘଟଣାଟି ଘଟି ଥିବା ଏହି ଘଟଣାରେ ଅଭିଯୁକ୍ତ ଅଭିଯୋଗକାରୀର ବଡ ଭାଇ ତେଜ କୁଁଅରକୁ ଏକ ଫାଉଡା ଦ୍ଵାରା ହତ୍ୟା କରିଥିଲା।ଘଟଣା ଦିନ ଅଭିଯୋଗକାରୀ ,କୁଚିଆ କୁଁଅରଙ୍କ ଘର ଆଗରେ ଅଭିଯୁକ୍ତ ଖରାପ ଭାଷାରେ ଗାଳି କରୁଥିଲା ।ଏହି ସମୟରେ ଅଭିଯୋଗକାରୀ ତାକୁ ଏଭଳି କାର୍ଯ୍ୟରୁ ବାରଣ କରିବାରୁ ସେ ରାଗି ଯାଇ ଉକ୍ତ ଫାଉଡାରେ ତାକୁ ମାରିବାକୁ ଯିବାରୁ ସେ ଘରେ ଲୁଚି ଯାଇଥିଲା ।ଏହି ସମୟରେ ମୃତକ ସେଇ ବାଟରେ ଯାଉଥିବା ବେଳେ ଅଭିଯୁକ୍ତ ତାକୁ ଘରକୁ ଡାକି ତାର ମୁଣ୍ଡକୁ ଆକ୍ରମଣ କରିଥିଲା ଯାହାର ଆଘାତରେ ମୃତକ ମୁଣ୍ଡରୁ ରକ୍ତ ବାହାରି ସେ ତଳେ ପଡିଯାଇଥିଲା। ପରେ ଅଭିଯୋଗକାରୀ ତାକୁ ଡାକ୍ତରଖାନାକୁ ନେବା ପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏହା ପରେ ଅଭିଯୋଗକାରୀ ହେମଗିରି ଥାନା ରେ ଅଭିଯୋଗ କରିଥିଲେ ଏବଂ ସେ ସମୟ ରେ ଥିବା ଅତିରିକ୍ତ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କେଶ ଟିକୁ ହେମଗିରି ଥାନା କେଶ ନଂ ୭୬/ତାରିଖ ୦୯.୦୬.୨୦୧୮ ଭାବରେ ତଦନ୍ତ କରିଥିଲେ। ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଏବଂ ପ୍ରତକ୍ଷ୍ୟଦର୍ଶୀଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ମାନ୍ୟବର ଜିଲ୍ଲା ଦୌରା ନ୍ୟାୟାଧିଶ ଶ୍ରୀ ପଟ୍ଟନାୟକ, ସୁନ୍ଦରଗଡ଼ ଦଫା ୩୦୪(୧) ଅନୁଯାଇ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ସରକାରି ଓକିଲ ସୂଚନା ଦେଇଛନ୍ତି।ଏହି କେଶଟିକୁ ସରକାରଙ୍କୁ ତରଫରୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ।

nis-ad
Leave A Reply

Your email address will not be published.