ମାଙ୍କ ହତ୍ୟା ଘଟଣାକୁ ବିତିଲାଣି ୧୩ ଦିନ : ପୋଲିସ୍ ର ହାତ ଖାଲି…

ଶେଷରେ ବିଷ ପିଇ ଆତ୍ମହତ୍ୟା କଲା ପୁଅ…

ଛତ୍ରପୁର : ମାଆ ର ହତ୍ୟା ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ମଙ୍ଗଳବାର ସକାଳେ ଚାଉଳ ରେ ପକାଇବା ଔଷଧ ପିଇ ଆତ୍ମହତ୍ୟା କରିଛି ପୁଅ ଦେବାଶିଷ ପଣ୍ଡା (୨୬) । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ଠାରେ । ଗତ ୧୫ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ବିପିଳିଙ୍ଗି ଗ୍ରାମ ବଡ ସାହିରେ ସୁପ୍ରଭା ଚୌଧୂରୀଙ୍କୁ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣା ସ୍ଥଳରେ ଛତ୍ରପୁର ପୋଲିସ୍ ପହଂଚି ତଦନ୍ତ କରିଥିଲେ । ଆଜିକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ୍ ହାତ ଖାଲି ରହିଛି । ମଙ୍ଗଳବାର ମୃତ ସୁପ୍ରଭା ଚୌଧୂରୀଙ୍କ ପୁଅ ଦେବାଶିଷ ପଣ୍ଡା ନିଜ ଘରେ ନିଜ ସମ୍ପର୍କୀୟଙ୍କ ଗହଣରେ ଶୋଇଥିବା ବେଳେ ଚାଉଳ ରେ ପକାଇବା ଔଷଧ ପିଇ ଦେଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଛତ୍ରପୁର ପୋଲିସ୍ ପହଂଚି ମୃତଦେହ ଜବତ କରିବା ସହିତ ୧/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ସୁପ୍ରଭା ଚୌଧୂରୀଙ୍କୁ ହତ୍ୟା ଘଟଣାର ୧୩ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ୍ ଅପରାଧିଙ୍କୁ ଧରିବାରେ ସଫଳ ହୋଇପାରିନଥିବା ବେଳେ ପୁଅ ଦେବାଶିଷଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.