ବ୍ରହ୍ମପୁର : ବ୍ରହ୍ମପୁର କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ ହୋଇଛି । ଟାଉନ ଥାନା ଏସ୍ଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତିକରି ନଂ. ୫/୨୩ରେ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଥିବା ବେଳେ ଅନ୍ୟଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡିଛି ।
କନଷ୍ଟେବଲ ପଦ ପାଇଁ ବ୍ରହ୍ମପୁରର ୫ଟି କନ୍ଦ୍ରରେ ଲିଖିତ ପରୀକ୍ଷା ହୋଇଥିଲା। ଏଗୁଡିକ ମଧ୍ୟରେ ଖଲ୍ଲିକୋଟ ଏକକ ବିଶ୍ୱଦ୍ୟାଳୟରେ ଗୋଟିଏ କେନ୍ଦ୍ର ରହିଥିଲା । ପୂର୍ବାହ୍ନ ୧୦ଟାରୁ ୧୨ ଟା ଯାଏ ପରୀକ୍ଷା ଚାଲିଥିଲା। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ବ୍ରହ୍ମପୁରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା। ଯାହା ଚଳିତ ପରୀକ୍ଷାର ବୋଲି କୁହାଯାଇଥିଲା। ସେହିପରି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଏହାର ଖବର ପ୍ରସାର କରାଯାଇଥିଲା। ସତ୍ୟା ସତ୍ୟ ନଜାଣି ଟି ଅର ପି ପଛରେ ପଡ଼ି ଏହି ଭଳି ଖବର ପ୍ରସାରିତ ହେବା ଦୁର୍ଭାଗ୍ୟ l ଏହି ପରିପେକ୍ଷୀରେ ଆରକ୍ଷୀ ଅଧିକାରୀଙ୍କ ମତ ନେବା ଜରୁରୀ ଥିଲା, ଯାହାକୁ ଭିତ୍ତି କରି ସ୍ଥାନୀୟ ଟାଉନ ଥାନା ଏସ୍ଆଇ ରାଜକିଶୋର ପାତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ନକଲି ପ୍ରଶ୍ନପତ୍ର ଓ ପ୍ରସାରିତ ଖବର ପହଞ୍ଚିଥିଲା । ଏ ନେଇ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରାଯାଇଥିଲା । ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏହି ପ୍ରଶ୍ନପତ୍ର ଦେଇଥିବା ଗଣମାଧ୍ୟମ ପ୍ରତିନିଧି ପୋଲିସକୁ କହିଥିଲେ। ଏଠାରେ ସୂଚନା ଥାଉକି ଶସ୍ତା ଲୋକପ୍ରିୟତା ପାଇଁ ଭୁଲ ଖବର ପ୍ରସାରଣ କରିବା ଵି ଅପରାଧ l ପୋଲିସ ୟୁଟୁବ ଓ ସୋସିଆଲ ମିଡ଼ିଆ ପ୍ରତି ଅଙ୍କୁଶ ଲଗାଇବା ଜରୁରୀ ହୋଇ ପଡିଛି କାରଣ ସୋସିଆଲ ମିଡ଼ିଆ ବର୍ତମାନ ଯାହାର ପରି ଖେଳି ଗଲାଣି ତେଣୁ ତେଣୁ ପୋଲିସ ତତ୍ପରତା ଦେଖାଇବା ଜରୁରୀ
Sign in
Sign in
Recover your password.
A password will be e-mailed to you.
Prev Post