ବରିଷ୍ଠ ସାମ୍ବାଦିକ ପି ଜାନକୀ ରାଓ ଙ୍କ ଅକାଳ ବିୟୋଗ…

ହିଞ୍ଜିଳିକାଟୁ ୨୬।୨ : ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ପି ଜାନକୀ ରାଓ ଙ୍କ ର କଟକ ଵଡ ମେଡିକାଲ ରେ ଚିକିତ୍ସାଧାନ ଅଵସ୍ତାରେ ମ୍ରୁତ୍ୟୁ ଘଟିଛି। ଶ୍ରୀ ରାଓ ଙ୍କ ଦେହ ଖରାପ କାରଣରୁ ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକତ୍ସାଧିନ ଥିଲେ । ପରବର୍ତ୍ତୀ ସମୟରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । କଟକ ଵଡ ମେଡିକାଲ ରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଈଛି । ଶ୍ରୀ ରାଓ ଜଣେ ସ୍ପଷ୍ଟବାଦି ଓ ନିରପେକ୍ଷ ସାମ୍ବାଦିକ ହେବା ସଙ୍ଗେ ସଙ୍ଗେ ଜଣେ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । । ପ୍ରେସକ୍ଳଵ ହିଞ୍ଜିଳିକାଟୁ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନା କରାଯାଇଛି |

nis-ad
Leave A Reply

Your email address will not be published.