ଫଲଗୁ ସାହିତ୍ୟ ସଂସଦ ଆଲୋଚନା ଚକ୍ର : ସ୍ଵତନ୍ତ୍ର ଓଡ଼ିଶା ଗଠନରେ ଜଳନ୍ତର ଇତିହାସ ସ୍ମରଣୀୟ…

ବ୍ରହ୍ମପୁର : ଫଲଗୁ ସାହିତ୍ୟ ସଂସଦ ଆୟୋଜିତ ଜଳନ୍ତଋ ଇତିହାସ ସମ୍ବନ୍ଧ ରେ ଆଲୋଚନା ଚକ୍ର ସ୍ମରଣୀୟ ହୋଇ ରହିବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ଭୂମିର ଅବଦାନ ଶୀର୍ଷ ରେ ରହିଥିଲା କାଳଖଣ୍ତରେ ସେ ସବୁ ଆନାଲୋଚିତ ବିଷୟ ସଂପର୍କ ରେ ସାହିତ୍ୟିକ ଐତିହାସିକ ବିଶିଷ୍ଟ ପ୍ରଶାସନିକ ଅଧିକାରୀ ସ୍ବଦେଶ ସୁନ୍ଦର ପଟ୍ଟନାୟକଙ୍କ ରଚିତ ଜଳନ୍ତର ଇତିହାସ ପୁସ୍ତକ ରେ ସ୍ଥାନ ପାଇବା ସହିତ ସାଂପ୍ରତିକ ସମୟରେ ବହି ଯେ ଅନେକ ଗବେଷଣା ପାଇଁ ଅନେକ ପ୍ରେରଣା ଓ ସହାୟକ ହେବବୋଲି ଆଲୋଚନା ଚକ୍ର ରେ ମତ ପ୍ରକାଶ ପାଇଛି। ଆଜି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ର ରେ ସାହିତ୍ୟିକ ସ୍ବଦେଶ ସୁନ୍ଦର ପଟ୍ଟନାୟକ ଯୋଗଦାନ କରି ଅନେକ ତଥ୍ଯ ପ୍ରଦାନ କରି କହିଥିଲେ ଯେ ଜଳନ୍ତର ଅଂଚଳ ମୂଳତଃ ଓଡ଼ିଆ ଭାଷା ଭାଷୀଙ୍କ ଅଂଚଳ ରହିଥିଲା। ଜଳନ୍ତର ଇତିହାସ ଗ୍ରନ୍ଥ ଅପୂର୍ଣ୍ଣ ଦେଶ ମିଶ୍ରଣ ସ୍ବପ୍ନକୁ ସଂକଳ୍ପ ରେ ପରିଣତ କରିବ ବୋଲି କହିଥିଲେ। ଅନ୍ୟତମ ଆଲୋଚକ ପ୍ରଫେସର ମେଜର ରମାରମଣ ପାଢ଼ୀ ଙ୍କ ବକ୍ତବ୍ୟ ପରିବେଶ କୁ ଭାବୁକ କରିବା ସହିତ ବାଷ୍ପରୁଦ୍ଧ କଣ୍ଠରେ ଜଳନ୍ତର ଇତିହାସ ନିଜ ଗୌରବ ଫେରାଇ ଆଣିବା ସହିତ ଓଡ଼ିଆ ଭାଷା ଭାଷୀଙ୍କ ଅଂଚଳ ଭାବେ ତାର ଐତିହ୍ୟ ଫେରାଇ ଆଣିବା ପାଇଁ କିପରି ଏବେ ବି ଆଶା ବାନ୍ଧି ବ୍ୟାକୁଳ ହୋଇ ବସିଛି କହିବା ସମୟରେ ସମସ୍ତ ଙ୍କ ଆଖି ଅଶ୍ରୁଳ ହୋଇ ଥିଲା।

ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ୧୯୩୬ ମସିହାରେ ଓଡ଼ିଆ ଙ୍କ ସହିତ ଇଂରେଜ ସରକାର ଛଳନା ପୂର୍ବକ ଓଡ଼ିଶା ର ଓଡ଼ିଆ ଭାଷା ଭାଷୀଙ୍କ ଅଂଚଳକୁ ବିଛିନ୍ନ କରି ଦେଲେ। ଦକ୍ଷିଣାଞ୍ଚଳ ବିଭିନ୍ନ ଗାଁର ନାମ ବଦଳାଇ ତେଲେଗୁ ରେ କେବଳ ବଦଳାଇ ଦିଆଗଲା ନାହିଁ ବରଂ ସେହି ଅଞ୍ଚଳର ଶିକ୍ଷା ସଂସ୍କୃତି ଓଡ଼ିଆ ଭାଷା ଉପରେ ମଧ୍ୟ ପ୍ରଛନ୍ନ ଆକ୍ରମଣ କରାଗଲା। କବିସୂର୍ଯ୍ୟ ବଳଦେବଙ୍କ କାବ୍ୟ କବିତାର ପ୍ରେରଣାର ଭୂମି ଏବଂ ରାଜା ରାମଚନ୍ଦ୍ର ଛୋଟରାୟ ଙ୍କ ରଚିତ ପ୍ରହ୍ଲାଦ ନାଟକ ଅମୂଲ୍ଯ ସାହିତ୍ୟ କୃତିର ଏନ୍ତୁଡ଼ିଶାଳ ତଥା ଦେଶମିଶ୍ରଣ ଆନ୍ଦୋଳନ ଓଡ଼ିଆ ଭାଷା ଆନ୍ଦୋଳନ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ପାଇଁ ଯେଉଁ ଭୂମିର ଅବଦାନ ସେ ଭୂମିର ଐତିହ୍ୟ ସଂପର୍କ ରେ ଆଲୋଚନା କରିବା ଜାତୀୟ ଚେତନାର ଗୋଟିଏ ପବିତ୍ର ଉଚ୍ଚାରଣ ବୋଲି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ନିଜ ବକ୍ତବ୍ଯ ରେ କହିଥିଲେ। ଆଜିର ଆଲୋଚନା ଚକ୍ର ରେ ଅନ୍ୟତମ ଆଲୋଚକ ପୂର୍ବତନ କୁଳପତି ପ୍ରଫେସର ଡ ମନ୍ମଥ ପାଢ଼ୀ ଏବଂ ପ୍ରଫେସର ଡ ସନ୍ତୋଷ କୁମାର ଦାଶ ଯୋଗ ଦାନ କରି ଜଳନ୍ତର ଇତିହାସ ଗ୍ରନ୍ଥର ବିଭିନ୍ନ ଦିଗରେ ଆଲୋଚନା କରି ଜଳନ୍ତର ଅଂଚଳ ଓଡ଼ିଆ ଭାଷା ଭାଷୀ ତଥା ଓଡ଼ିଶା ଗଠନ ଆନ୍ଦୋଳନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଥିଲା ବୋଲି କହିଥିଲେ ।ଫଲଗୁ ସାହିତ୍ୟ ସଂସଦ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଅତିଥି ମାନଙ୍କ ସ୍ବାଗତ କରିବା ସାହିତ୍ୟିକ ସ୍ବଦେଶ ସୁନ୍ଦର ପଟ୍ଟନାୟକ ଙ୍କ ରଚିତ ଜଳନ୍ତର ଇତିହାସ ଗ୍ରନ୍ଥ ଯେ ଓଡ଼ିଆ ଭାଷା ଭାଷୀଙ୍କ
ପାଇଁ ଦସ୍ତାବିଜ ହୋଇ ରହିବ ବୋଲି କହିଥିଲେ।ଆଲୋଚନା ଚକ୍ର ପରେ ସୁଲେଖିକା ଅମିତା ମିଶ୍ରଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଆୟୋଜନ ହୋଇ ଥିଲା। ଆଜିର କାର୍ଯ୍ୟକ୍ରମ ରେ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଶ୍ୟାମସୁନ୍ଦର ଖାଡଙ୍ଗା, ଡ କୁଳମଣି ଓଝା, ଭିକାରୀ ଚରଣ ମହାପାତ୍ର, ଇଂ.ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଡ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ବିରୁପାକ୍ଷ ଦାଶ, ରମେଶ ଚରଣ ତ୍ରିପାଠୀ, ଡ ସୀମାଞ୍ଚଳ ପ୍ରଧାନ ଡ ଭରତ ପଣ୍ଡା, ଡା ପ୍ରାଣ ଚାନ୍ଦ ପଣ୍ଡା, ବିଜୟଚନ୍ଦ୍ର ନନ୍ଦ ,ହଷିକେଶ ଦାଶ ଙ୍କ ସମେତ ଅନେକ ସାହିତ୍ୟିକ ଯୋଗ ଦାନ କରି ଥିଲେ। ସ୍ବଦେଶ ସୁନ୍ଦର ପଟ୍ଟନାୟକ ଙ୍କୁ ଫଲଗୁ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା ଶେଷ ରେ ଦୀନବନ୍ଧୁ ଶ୍ରୀ ପଲ୍ଲବ ଧନ୍ୟବାଦ ଅର୍ପଣ କରି ଥିଲେ।

nis-ad
Leave A Reply

Your email address will not be published.