ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର

କଣ୍ଟାବାଞ୍ଜି : ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଘଟିଛି ଅଭାବନୀୟ ଘଟଣା । ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି । ଏହା ପରେ ବିବାହକୁ ମଧ୍ୟ କନ୍ୟା ଘର ଲୋକ ବାତିଲ କରିଛନ୍ତି । କନ୍ୟା ଘର ଲୋକ କହିବା ଅନୁସାରେ ରାତିରେ ବରଯାତ୍ରୀ ଆସିଥିବା ବେଲେ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ସେହି ସମୟରେ ବରଯାତ୍ରୀ ପାର୍ଟିର ଜଣେ ଯୁବକ ଛୁରୀ ରେ କନ୍ୟାର ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା । ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାୟପୁର ଭର୍ତ୍ତି କରାଯାଇଛି । ବରଯାତ୍ରୀ ମାନଙ୍କ ଭିତରୁ ଦୁଇ ଜଣଙ୍କୁ ତୁରେକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣା ଘଟିବା ପରେ ବର ଶିଶୁପାଳ ହୋଇ ଫେରିଛନ୍ତି ।

nis-ad
Leave A Reply

Your email address will not be published.