ପାକିସ୍ତାନ ଗୃହ ମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍‌…

ଇସ୍‌ଲାମାବାଦ: ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ରାଜନୀତିରେ ମଧ୍ୟ ଲଗାତାର ହଲଚଲ ଦେଖିବାକୁ ମିଳୁଛି । ସଦ୍ୟତମ ମାମଲାରେ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲାହ ଖାନ୍‌ଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି ହୋଇଛି । ସାର୍ବଜନିକ ଭାଷାରେ କଥିତ ଭାବେ ନ୍ୟାୟପାଳିକାକୁ ଧମକାଇବା ଏବଂ ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଶୁକ୍ରବାର ଦେଶର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛି ।

୬୮ ବର୍ଷୀୟା ସନ୍ନାଉଲ୍ଲାହଙ୍କ ବିରୋଧରେ ଏହି ମାମଲା ଗତବର୍ଷ ଅଗଷ୍ଟରେ ରୁଜୁ କରାଯାଇଥିଲା । ପାକିସ୍ତାନୀ ମିଡିଆ ଏଫ୍‌ଆଇଆର୍ ସୂତ୍ରରୁ କହିଛି, ଗତବର୍ଷ ଏବଂ ୨୦୨୧ରେ ନିଜର ସାର୍ବଜନିକ ଭାଷଣ ବେଳେ କ୍ଷମତାସୀନ ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌-ନୱାଜ୍ (ପିଏମ୍‌ଏଲ୍‌-ଏନ୍‌) ନେତା ନ୍ୟାୟପାଳିତକୁ ନିଜର କାମ କରିବାରୁ ରୋକିବା ଏବଂ ପଞ୍ଜାବ ପୁଲିସ ଅଧିକାରୀଙ୍କ ପିଲାଙ୍କୁ ମାରିବାକୁ ଧମକ ଦେଇଥିଲେ । ପଞ୍ଜାବ ପ୍ରଦେଶର ଗୁଜରାଟ ସହରର ଏକ ଆତଙ୍କବାଦ ନିରୋଧୀ ଅଦାଲତ ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ପରେ ଆରେଷ୍ଟ ୱାରେଣ୍ଟ୍ ଜାରି କରିଛନ୍ତି ।

ଏଫ୍‌ଆଇଆର୍‌ରେ ଗତବର୍ଷ ଏକ ନ୍ୟୁଜ୍ ଚାନେଲ୍ ଟେଲିକାଷ୍ଟ୍ କରିଥିବା ମନ୍ତ୍ରୀଙ୍କ ଟିପ୍ପଣୀର ଫୁଜେଟ୍‌କୁ ମଧ୍ୟ ସାମିଲ କରାଯାଇଛି । ‘ଡନ୍‌’ ଖବର ଅନୁସାରେ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ସନ୍ନାଉଲ୍ଲାହଙ୍କୁ ଗିରଫ କରିବା ଏବଂ ମାର୍ଚ୍ଚ ୭ ତାରିଖରେ ହାଜର କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.