ଫି’ ପାଇଁ ସ୍କୁଲ୍‌ରେ ବନ୍ଧାପଡ଼ିଲା ବାଇକ୍…

ବୁଲନ୍ଦସହର: ବକେୟା ଫି’ ଜମା କରାଯାଇନଥିବାରୁ ସ୍କୁଲ୍ ପ୍ରଶାସନ ଜଣେ ଅଭିଭାବକଙ୍କ ବାଇକ୍ ବନ୍ଧକ ରଖିଥିବା ଜଣାପଡ଼ିଛି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ବୋର୍ଡ ପରୀକ୍ଷାର ଆଡ୍‌ମିଟ୍ କାର୍ଡ ଆଣିବାକୁ ବାପାଙ୍କ ସହିତ ସ୍କୁଲ୍ ଯାଇଥିଲା । ଏହି ଅବସରରେ ସ୍କୁଲ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଭିଭାବକଙ୍କୁ ବକେୟା ଫି’ ୧୫ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା । ବକେୟା ଫି’ ଜମା ପାଇଁ ବର୍ତ୍ତମାନ ତାଙ୍କ ନିକଟରେ ଅର୍ଥ ନଥିବା ଅଭିଭାବକ ଜଣାଇବାରୁ ନିଜ ବାଇକ୍ ସ୍କୁଲ୍‌ରେ ବନ୍ଧା ରଖିବାକୁ ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ସ୍କୁଲ ପ୍ରଶାସନର ସର୍ତ୍ତ ଅନୁସାରେ ଅଭିଭାବକ ଜଣକ ସ୍କୁଲ୍‌ରେ ନିଜ ବାଇକ୍ ଛିଡ଼ା କରି ଆଡ୍‌ମିଟ୍ ନେଇ ଘରକୁ ଆସିଥିଲେ । ସନ୍ଧ୍ୟାରେ ପରିବାର ସଦସ୍ୟମାନେ ଜିଲ୍ଲାପାଳ ଚନ୍ଦ୍ରପ୍ରକାଶ ସିଂହଙ୍କ ନିକଟରେ ଏହାର ଅଭିଯୋଗ କରିଥିଲେ । ଏହି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ଉତ୍ତର ପ୍ରଦେଶ ବୁଲନ୍ଦସହରର ସ୍ୟାନାରେ ଥିବା ମେପଲ୍ ଗ୍ରୋଭ୍ ବୋର୍ଡ ସ୍କୁଲର । ଛାତ୍ରଙ୍କ ନାମ ଜିତେନ୍ଦ୍ର ବଶିଷ୍ଠ ଏବଂ ପିତାଙ୍କ ନାମ ଜ୍ଞାନେନ୍ଦ୍ର । ଜିତେନ୍ଦ୍ର ସ୍ୟାନା ତହସିଲର ବରହାନା ଗ୍ରାମନିବାସୀ ।

nis-ad
Leave A Reply

Your email address will not be published.