ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ରେ ନୂତନ ବନାଞ୍ଚଳ ଅଧିକାରୀ ଭାବରେ ରବୀନ୍ଦ୍ର କୁମାର ପାତ୍ର ଯୋଗ ଦେଇଛନ୍ତି l ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ର ନୁଆଁ ଗାଁ ବ୍ଲକ ରେ ବାନାଂଚଳ ଅଧିକାରୀ ଭାବରେ ଦାୟିତ୍ଵ ନିର୍ବାହ କରୁଥିଲେ l ଆଜି ପୂର୍ବରୁ ଥିବା ବନାଞ୍ଚଲ ଅଧିକାରୀ ବିଜୟ କୁମାର ମଲିକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଅଧିକାରୀଙ୍କୁ ବିଭାଗ ତରଫରୁ ସ୍ଵାଗତ କରାଯାଇଥିଲା l ଏହି ଅବସରରେ ବନ ବିଭାଗ ର ବନ ପାଳ ସରୋଜ କୁମାର ମିଶ୍ର,ବ୍ରଜ ସୁନ୍ଦର ଦାଶ, ଦିଲିପ କୁମାର ବିଷୋୟୀ , ଓ ବନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟ କ୍ରମ ଶେଷରେ ନୂତନ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସମସ୍ତ କର୍ମଚାରୀ ଙ୍କୁ ନେଇ କିପରି ଭାବରେ ସୁରୁଖୁରୁରେ ବିଭାଗ ର ସମସ୍ତ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ l ଅନ୍ୟ ପଟେ ଫିରିଙ୍ଗିଆ ବନ୍ ବିଭାଗ ରେ ଯୋଗଦେବା ପରେ ଜଙ୍ଗଲ ସୁରକ୍ଷା ଦିଗରେ ଗୁରୁତ୍ବ ଦେବା ସହ ଜନ ସାଧାରଣ ଙ୍କ ସହ ଶୁ ସମ୍ପର୍କ ରକ୍ଷା କରି କାର୍ଯ୍ୟ କାମକୁ ଆଗକୁ ନିଆଯିବାକୁ ଗୁରୁତ୍ବ ଦେବା ମୂଳ ଲକ୍ଷ ରହିବ ବୋଲି ବନାଂଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.