ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ…

ଜରଡ଼ା : ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବାପାର ଛୁଆ ମାଡ଼ରେ ପୁଅର ମୃତ୍ୟୁ ଘଟିଛି । ଧାଡ଼ିଆମ୍ବ ଗ୍ରାମର ବାଉରୀଆ ଶବର ସକାଳେ ମଦ ପିଇ ପାଟିତୁଣ୍ଡ କରିଥିବା ବେଳେ ତାଙ୍କ ପୁଅ ପ୍ରତାପ ଶବର ଏହାକୁ ବିରୋଧ କରିଥିଲେ । ମଦ୍ୟପାନ ନ କରିବା ପାଇଁ ସେ ତାଙ୍କ ବାପା ବାଉରୀଆ ଶବରକୁ ମନା କରିବା ସହିତ ପ୍ରତିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଉରୀଆ ଶବର ଏକ ଛୁରାରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରତାପ ଶବରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଜରଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଚିଂ ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଇଥିବା ଜଣାପଡ଼ିଛି । ଏହି ସଂକ୍ରାନ୍ତରେ ପ୍ରତାପ ଶବରଙ୍କ ଧର୍ମପତ୍ନୀ ଜେମା ଶବରଙ୍କ ଲିଖିତ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ । ତେବେ ଏହା ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ବାଉରୀଆ ଶବରକୁ ପୋଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରିକୁ ମଧ୍ୟ ଜବତ କରିଛି ।

nis-ad
Leave A Reply

Your email address will not be published.