ଏହା ଲୋକଙ୍କ ବଜେଟ୍, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାରଦିନ ବିଧାନସଭାରେ ଉପସ୍ଥାପିତ  ରାଜ୍ୟ ବଜେଟକୁ ଲୋକଙ୍କ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଏହା ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ସେ କହିଛନ୍ତି ।

ବଜେଟ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ : ଜୟ ନାରାୟଣ ମିଶ୍ର, ବିରୋଧୀ ଦ​ଳ ନେତା

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହାକୁ ଏକ ଚିରାଚରିତ ବଜେଟ୍ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା କିନ୍ତୁ ଲୋକଙ୍କ ପାଇଁ ନୁହେଁ । ବଜେଟର ଆକାର ବଢିଛି କିନ୍ତୁ ଗତ ବଜେଟର ଏକ ଲକ୍ଷ କୋଟି ଅର୍ଥ ଖର୍ଚ୍ଚ ହୋଇପାରିନି ।  ଏହି ବଜେଟ୍ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ । ଏହା ଲୋକଙ୍କ ପାଇଁ ନୁହେଁ । ଗୁଡାଏ ବଣ୍ଟା ବଣ୍ଟି କରି ଭୋଟ ଆଣିବା ହେଉଛି ଉଦ୍ଦେଶ୍ୟ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

nis-ad
Leave A Reply

Your email address will not be published.