ମାଲକାନଗିରି ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ | ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ | ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇଥିଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ ପ୍ରଦୀପ କୁମାର ମାଝି | ଅନ୍ୟତମ ଅତିଥି ଥିଲେ ସମାରୀ ଟୁଙ୍ଗୁଲୁ ଜିଲ୍ଲା ପରିଷଦର ସଭାପତି l ଏତତ୍ ବ୍ୟତୀତ ପରିଚାଳନା କମିଟି ସଭାପତି ଡଃ. ଉଦୟନାଥ ଖରା, ସମ୍ମାନିତ ଅତିଥି ମନୋଜ କୁମାର ବାରିକ ଅଧ୍ୟକ୍ଷ ମାଲକାନଗିରି ପୌରପାଳିକା ଉପଦେଷ୍ଠl ଡଃ. ରଞ୍ଜନ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଛାତ୍ର ଛାତ୍ରୀ ନିମନ୍ତେ ଉଦ୍ଦବୋଧନ ଦେଇଥିଲେ l ମହାବିଦ୍ୟାଳୟର ଭିତ୍ତପ୍ରସ୍ତର ସ୍ଥାପନ ପାଇଁ ଏକକୋଟି ପଚାସ ଲକ୍ଷ୍ୟ ଟଙ୍କାର ଅନୁଦାନର ପ୍ରତିଶ୍ରୁତିକୁ ଘୋଷଣା କରିଥିଲେ l ସମ୍ମାନିତ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କ ବିକାଶ ଓ ଶିକ୍ଷା ପାଇଁ ନିଜର ମତାମତ ପ୍ରକାଶ କରିଥିଲେ l ମାନ୍ୟବର ନବରଙ୍ଗପୁର ବିଧାୟକ ରମେଶ ଚନ୍ଦ୍ର ମାଝି ପାଞ୍ଚ ଲକ୍ଷ୍ୟ ଟଙ୍କାର ଅନୁଦାନ ଘୋଷଣା କରିଥିଲେ l ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡଃ. ଉଦୟ କୁମାର ଖରା ମହାବିଦ୍ୟାଳୟର ସମ୍ପୂର୍ଣ୍ଣ ବିକାଶରେ ପ୍ରତିଜ୍ଞା ବୋଧ ବୋଲି କହିଥିଲେ l ପତିତ ପାବନ ବୈଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଶୈକ୍ଷିକ ବାତାବରଣ ମଧ୍ୟରେ ଲକ୍ଷ୍ୟ ପୂରଣ ନିମନ୍ତେ ଉପଦେଶ ଦେଇଥିଲେ । ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ମାନସ ମାଡ଼କାମି ଯୋଗଦେଇ ମହାବିଦ୍ୟାଳୟର ସରକାରୀ କରଣ ଦାବି କୁ ଉପସ୍ଥାପନ କରିଥିଲେ l

nis-ad
Leave A Reply

Your email address will not be published.