ନାଟକରେ ଗଣ୍ଡଗୋଳକୁ ନେଇ ଆତଙ୍କରାଜ…

ହିଞ୍ଜିଳିକାଟୁ (୨୧ା୨) : ଗଂଜାମ ଜିଲା ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମରେ ଶନିବାର ମହାଶିବରାତ୍ରରେ ନାଟକ ଅନୁଷ୍ଠିତ ହେଉଥିବା ବେଳେ ନିକଟବର୍ତୀ କୁକୁଡ଼ାଖଣ୍ଡି ଗ୍ରାମର ୪ଜଣ ଯୁବକ ଗଣ୍ଡଗୋଳ କରିଥିଲେ । କଳାକାର ମାନଙ୍କୁ ଗାଳି ଗୁଲଜ ସହ ନାଟକ ଦେଖୁଥିବା ମହିଳାଙ୍କୁ ଦୁର୍ବବ୍ୟହାର ଦେଖାଇଥିଲେ । ଏହାକୁ ନେଇ ପାଟିତୁଣ୍ଡ ହେବା ସହ ଗ୍ରାମବାସୀଙ୍କ ସହ ଯୁବକ ମାନଙ୍କ ଗଣ୍ଡଗୋଳ ହୋଇଥିଲା । ଏଥିରେ କିଛି ଯୁବକ ମାଡ଼ ଖାଇଥିଲେ । ଧମକ ଦେଇ ଯୁବକ ମାନେ ଉକ୍ତ ରାତିରେ ଫେରିଯାଇଥିଲେ । ଗତକାଲି ସଂଧ୍ୟାରେ ୨୫ରୁ ୩୦ବ୍ୟକ୍ତି କିଛି ବାଇକରେ କାଠ ଫାଳିଆ ,ଖଣ୍ଡା, ଭୁଜାଲି ପ୍ରଭୃତି ମାରଣାସ୍ତ୍ରରେ ସଜ୍ଜିତ ହୋଇ ବଡ଼ଖଣ୍ଡି ଗ୍ରାମ ନାଟକ ଲାଗିଥିବା ମଣ୍ଡପ ପାଖକୁ ଆସି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଗ୍ରାମବାସୀଙ୍କୁ ଭୟଭୀତ କରାଇଥିଲେ । ସେଥିରେ ନାଟକରେ ଗଣ୍ଡଗୋଳ କରିଥିବା ୪ଯୁବକ ଥିଲେ । ବଡ଼ଖଣ୍ଡି ଗ୍ରାମବାସୀ କେହି କୁକୁଡ଼ାଖଣ୍ଡି ଗଲେ ପ୍ରବଳ ମାଡ଼ ହେବ ବୋଲି କହି ଧମକ ଦେଇ ଯାଇଛନ୍ତି । ଏହି ଘଟଣା ପରେ ବଡ଼ଖଣ୍ଡି ଗ୍ରାମରେ ଭୟ ସୃଷ୍ଟି ହୋଇଛି । ଘଟଣା ନେଇ ବଡ଼ଖଣ୍ଡି ଗ୍ରାମର ପି ଦୀନବନ୍ଧୁ ହିଂଜିଳି ଥାନାରେ ଏତଲା ଦେଇଛନ୍ତି ।

nis-ad
Leave A Reply

Your email address will not be published.