ଫୁଲବାଣୀ : କାମଧାନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ | ଗାଁରେ ଶୋକାକୁଳ ପରିବେଶ | ଗାଁ କୁ ଶବ ଆଣିବା ପାଇଁ ପ୍ରଶାସନ ପାଖରେ ନେହୁରା ହେଲେ ପରିବାର ଲୋକେ | କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି ଜଣେ 19 ବର୍ଷର ପରିବାର ର ଏକ ମାତ୍ର ରିଜାଗାରିଆ ପୁଅ I ଖବର ମିଳିବା ପରେ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ କାନ୍ଦ ବୋବାଳି ରେ ଫାଟି ପଡୁଛି ସାରା ପରିବାର | ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତର ପୋଡା ପଡା ଗାଁ ରେ | ବର୍ତ୍ତମାନ ପୁଅର ଏକମାତ୍ର ପୁଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ଶବକୁ ଆଣିବାକୁ ପ୍ରଶାସନକୁ କରିଛନ୍ତି ଆକୁଳ ନିବେଦନ l ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ପୋଡ଼ାପଡ଼ା ଗ୍ରାମର ବସନ୍ତ ଭୁକ୍ତାଙ୍କ ଏକ ମାତ୍ର କଲେଜ ପଢୁଆ ପୁଅ ଭଗବାନ ଭୁକ୍ତା (19) ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଚେନ୍ନଇର ଏକ ଘରୋଇ କମ୍ପାନୀରେ କାମକରୁଥିଲେ | ଗତକାଲି ରାତି ଆଠଟା ସମୟରେ ପୁଅର ମୃତ୍ୟୁ ହୋଇଥିବା ଖବର ମିଳିଥିଲା | ଅନ୍ୟ ପଟେ ଏହି ଘଟଣାକୁ ଶୁଣିବା ପରେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପୁଅର ଶବକୁ ଗାଁ କୁ ଆଣିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି l ଏହି ଦୁଃଖ ଦୟକ୍ ଘଟଣାରେ ପୋଡ଼ାପଡ଼ା ଗାଁରେ ପରିବାର ଆତ୍ମୀୟ ସ୍ଵଜନ୍ ପହଞ୍ଚି ଥିବା ବେଳେ ଶବ ଆଣିବା ପାଇଁ ବିଭିନ୍ନ ଲୋକଙ୍କ ସହ ବୁଲି ଶବ ଆଣିବାକୁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି l ଗାଁର କିଛି ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଧାଉଁ ଥିବା ବେଳେ ସାରା ଫିରିଙ୍ଗିଆ ବ୍ଲକ ଅଂଚଳରେ ଶୋକର ଛାୟା ଖେଳି ଯାଇଛି I ଅନ୍ୟପଟେ ମୃତ୍ୟୁ ର ଅସଲ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଏହି ଘଟଣା କୁ ନେଇ ଚେନ୍ନାଇର ଏକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଜଣା ପଡ଼ିଥିବା ବେଳେ ଶବ ଗାଁ ରେ ପହଁଚିଲା ପରେ ଯୁବକଙ୍କ ଶେଷ କୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post