ପ୍ରେମିକାକୁ ହତ୍ୟାପରେ ମୃତ ଦେହକୁ ଫ୍ରିଜ୍‌ରେ ଲୁଚେଇବା ଘଟଣା: ଅଭିଯୁକ୍ତକୁ ପୁଲିସ ଦେଇଥିଲା ମନ୍ତ୍ରଣା…

ନୂଆଦିଲ୍ଲୀ : ଦିଲ୍ଲୀରେ ନିକ୍କି ଯାଦବଙ୍କୁ ହତ୍ୟା କରି ତାଙ୍କ ମୃତ ଦେହକୁ ଫ୍ରିଜ୍‌ରେ ରଖିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସାହିଲଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କନଷ୍ଟେବଳ ଅଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ କନଷ୍ଟେବଳ ହିଁ ସାହିଲଙ୍କୁ ମୃତଦେହକୁ ଫ୍ରିଜରେ ଲୁଚାଇବା ପାଇଁ ମନ୍ତ୍ରଣା ଦେଇଥିଲେ। ଗତ ସପ୍ତାହରେ ନିକ୍କିଙ୍କ ମୃତ ଦେହକୁ ସାହିଲଙ୍କ ରେଷ୍ଟୁରାଣ୍ଟର ଫ୍ରିଜ ଭିତରୁ ଜବତ କରାଯାଇଥିଲା। ପ୍ରେମିକ ସାହିଲ ଗେହଲଙ୍କ ଦ୍ୱରା ହତ୍ୟାର ୪ ଦିନ ପରେ ନିକ୍କିଙ୍କ ଶବକୁ ଜବତ କରାଯାଇଥିଲା। ଏବେ ସାହିଲ ପୁଲିସ ହେପାଜତରେ ଅଛି। ଜେରା ପରେ ଅପରାଧ ସ୍ୱୀକାର କରିଛି ମୁଖ୍ୟ ଅଭିଯୁକ୍ତ ସାହିଲ।
ନିକ୍କିଙ୍କୁ ହତ୍ୟା ଏବଂ ଫ୍ରିଜରେ ମୃତ ଦେହ ରଖିବାରେ ହୋଇଥିବା ଷଡ଼ଯନ୍ତ୍ରରେ ସାହିଲଙ୍କ ବାପା ଓ ଅନ୍ୟ ସମ୍ପର୍କୀୟମାନେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି। ସେହିପରି ମିଳିଥିବା ସୂଚନା ଅନୁଯାୟୀ, ଗିରଫ କନଷ୍ଟେବଳ ନବୀନ ହେଉଛନ୍ତି ସାହିଲଙ୍କ ସମ୍ପର୍କୀୟ। ପୁଲିସ ଗିରଫଦାରୀଠାରୁ ବର୍ତ୍ତିବା ପାଇଁ ନବୀନ ହିଁ ନିକ୍କିଙ୍କ ମୃତଦେହକୁ ଲୁଚେବା ପାଇଁ ସାହିଲଙ୍କୁ ପରାମର୍ଶ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଆଜି କ୍ରାଇମବ୍ରାଞ୍ଚ ଦ୍ୱାରକା କୋର୍ଟରେ ହାଜର କରାଇବ। ଏହା ପୂର୍ବରୁ ସମସ୍ତଙ୍କ ଅଭିଯୁକ୍ତଙ୍କର ମେଡିକାଲ ଟେଷ୍ଟ ହେବ। ସେହିପରି ପୂର୍ବରୁ ସାହିଲ ନିକ୍କିଙ୍କୁ ଗ୍ରେଟର ନୋଏଡାରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ।
ପୁଲିସ ସାହିଲଙ୍କୁ ଉକ୍ତ ମନ୍ଦିରକୁ ନେଇ ଜେରା କରବି ବୋଲି ଜଣାପଡ଼ିଛି। ଗତ ଭାଲେଣ୍ଟାଇନ୍‌ ଡେରେ ନିକ୍କି ଯାଦବଙ୍କ ମୃତ ଦେହକୁ ପୁଲିସ ଜବତ କରିଥିଲା। ନିକ୍କିଙ୍କୁ ପୁଅ ହତ୍ୟା କରିଥିବା କଥା ବାପା ବୀରେନ୍ଦର୍‌ ସିଂହ ଜାଣିଥିଲେ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ‘ଲିଭ୍-ଇନ୍‌’ରେ ରହୁଥିବା ସାହିଲ୍‌ ଓ ନିକ୍କି ୨୦୨୦ ଅକ୍ଟୋବରରେ ନଏଡ଼ାସ୍ଥିତ ଗୋଟାଏ ମନ୍ଦିରରେ ବିବାହ କରିଥିଲେ।
ଏ ବିବାହରେ ସାହିଲ୍‌ଙ୍କ ପରିବାର ଖୁସି ନ ଥିଲେ। ଜେରା ବେଳେ ସାହିଲ୍‌ ସ୍ବୀକାର କରିଥିଲା ଯେ, ଫେବ୍ରୁଆରି ୧୦ ତାରିଖ ରାତି ୮.୩୦ରୁ ୯.୩୦ ଭିତରେ ନିଗମ ବୋଧ ଘାଟସ୍ଥିତ ପାର୍କିଙ୍ଗ୍‌ ଲଟ୍‌ରେ ଗୋଟାଏ ଚାର୍ଜିଙ୍ଗ୍‌ କେବଲ୍‌ରେ ନିକ୍କିଙ୍କ ବେକକୁ ଭିଡ଼ି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ରିମାଣ୍ଡ୍‌ ବେଳେ ପୁଲିସ ସାହିଲ୍‌ ଓ ନିକ୍କିଙ୍କ ବିବାହ ସାର୍ଟିଫିକେଟ୍‌ ମଧ୍ୟ ଉଦ୍ଧାର କରିଛି।

nis-ad
Leave A Reply

Your email address will not be published.