ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିମ୍ନମାନର ପିଚୁରାସ୍ତାକୁ ନେଇ ତାତିଲେ ଗ୍ରାମବାସୀ…

ଠିକାଦାର ଓ ଜେଇଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଅଭିଯୋଗ…!

ଅଧାରୁ କାମ ବନ୍ଦକଲେ ଗ୍ରାମବାସୀ…

ମାଲକାନଗିରି : ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗ ୨ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାରେ ନିମ୍ନ ମାନର ପିଚୁକାମ ବାବଦରେ ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏମପିଭି-୭୪ ଠାରୁ ଏମଭି-୭୮(ଭାୟା ଏମପିଭି-୬୫) ପର୍ଯ୍ୟନ୍ତ ମୋଟ ୬.୮୦୦ କିମି ଦୈର୍ଘ୍ୟ ରାସ୍ତା ର ୬.୪୭୫ କିମି ପିଚୁ ରାସ୍ତା ଓ ୩.୨୫ କିମି କଂକ୍ରିଟ ରାସ୍ତା ନିର୍ମାଣଧିନ ରହିଛି । ତେବେ ରାସ୍ତାରେ କମ୍ ପରମାଣର ପିଚୁ ଢଳେଇ କରାଯାଇଛି । ଯାହାଫଳରେ ପିଚୁ ବ୍ଲିଡିଙ୍ଗ ହେଉନାହିଁ । ରୋଲିଙ୍ଗ୍ କଲାପରେ ବି ରାସ୍ତାଟି ଆବୁଢାଖାବୁଢା ପରିଲକ୍ଷିତ ହେଉଥିବା ବେଳେ ରାସ୍ତାରୁ ଚିପ୍ସ ଖସି ଯାଉଛି । ଏଭଳି ରାସ୍ତାରେ ବର୍ଷା ପାଣି ବାଜିଲେ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେଇଯିବ ବୋଲି ଏମପିଭି-୧୨୯ ଏବଂ ଏମଭି-୭୮ଗ୍ରାମର ଲୋକେ ରାସ୍ତାକାମକୁ ନେଇ ଅଭିଯୋଗ କରିଛନ୍ତି । ଠିକାଦାର ଙ୍କମନମୁଖୀ କାର୍ଯ୍ୟ କୁ ଜେଇ କିମ୍ବା ବିଭାଗୀୟ କତ୍ତୃପକ୍ଷ ଧ୍ୟାନ ଦେଉନଥିବା ଏହାର ସଠିକ ତଦନ୍ତ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା ହେବା ପାଇଁ ସାଧାରଣ ରେ ଦାବି ହେଉଛି । ଏହି ଭଲି ସଡ଼କ ନିର୍ମାଣ କେବଳ ସରକାରୀ କର୍ମଚାରୀଙ୍କ ପିସି ଓ ଠିକାଦାରଙ୍କ ପକେଟକୁ ଯାଉଥିବା ଗ୍ରାମବାସୀ ଅଭିଯୋଗ ବାଢିଛନ୍ତି । ଜନସାଧାରଣ ଠାରୁ ଟ୍ୟାକ୍ସ ମାଧ୍ୟମରେ ଆଦାୟ ହେଉଥିବା ଟଙ୍କାର ବାଟମାରଣା କିଭଳି ହେଉଛି ତାହାର ଜ୍ଵଳନ୍ତ ଉଦାହରଣ ଏଠାରେ ପ୍ରତ୍ୟମାନ ହେଉଥିବା ଗ୍ରାମ ବାସୀ ମାନେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.