ସୀମନବାଡ଼ିରେ ଜାଗର ପାଇଁ ଅଷ୍ଟପ୍ରହର ନାମଯଜ୍ଞ

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସୀମନବାଡ଼ି ସ୍ଥିତ ଯୁଡ଼ାବାଡି ଶିବ ମନ୍ଦିର ପରିସର ମଧ୍ୟରେ ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ଅଷ୍ଟପ୍ରହର ନାମ, ଘୃତ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞ ଶନିବାର ଦିନ ଆରମ୍ଭ ହୋଇ ରବିବାର ଦିନ ପୂର୍ଣ୍ଣାହୁତି ହେବ । ଏହି ନାମଯଜ୍ଞରେ ଏକାଧିକ ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ସତସଙ୍ଗରେ ଭାଗ ନେଇଥିଲେ । ଶହ ଶହ ଭକ୍ତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ସେବନ କରି ଦର୍ଶନ କରିଥିଲେ । ଏଥି ସହିତ ଶିବରାତ୍ର ଥିବା ଯୋଗୁଁ ଶତାଧିକ ଭକ୍ତ ଉକ୍ତ ସ୍ଥାନରେ ଦୀପ ଜାଳି ଜାଗର ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାତୃ ମଣ୍ଡଳର ସଭାପତି ବିଷ୍ଣୁପ୍ରିୟା ସାହୁ, ଉପସଭାପତି ପଦ୍ମଗନ୍ଧା ବିନ୍ଧାଣି, ସଂପାଦକ ପୁଷ୍ପାଞ୍ଜଳି ନାୟକ ସମେତ ଉପଦେଷ୍ଟା କେମିଟିର ସଦସ୍ୟ କେଦାରନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ଲୋକନାଥ ମାଝୀ, ସଞ୍ଜୟ ସାହୁ ସମେତ ଏକାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.