ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ସଭାଗୃହରେ ଆଇ ଏମ ସି ତରଫରୁ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ତାହାର ଟିପ୍ସ ଦିଆଯାଇଥିଲା l ବିଭିନ୍ନ ଟ୍ରେଡ଼ କୁ ମଧ୍ୟ ପରିଭ୍ରମଣ କରାଯାଇ ସେଥିରେ ଥିବା ଯନ୍ତ୍ରପାତି ପରିଦର୍ଶନ କରିବା ସହ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠି ଦକ୍ଷତା ବିକାଶ ଉପରେ ଅବଗତ କରାଇଥିଲେ l ଏହି ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କର ମେଧାର ବିକାଶ ଦିଗରେ ବିଶେଷ ଧ୍ୟାନ ଦେଉଛି ବୋଲି ସେ ବୁଝାଇଥିଲେ l ଆଇ ଏମ ସି ର ଅଧ୍ୟକ୍ଷ ଶ୍ରୀ ନୀଳମାଧଵ ମିଶ୍ର ଙ୍କ ଉପସ୍ଥିତି ଏବଂ ଶିଳ୍ପ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସେଠି ବାବୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ତାଲିମ ଅଧିକାରୀ ରଶ୍ମି ରଞ୍ଜନ ବିଶ୍ୱାଳ, ଦେବାଶିଷ ବ୍ରହ୍ମା, ଟାଟା ଟ୍ରାଇଭର ତକିମ ଅଧିକାରୀ, ଏବଂ ହଷ୍ଟେଲ ସୁପରିଟେଣ୍ଡ ଗୌରବ ମହାପାତ୍ର ପରିଚାଳନା କରିଥିଲା ବେଳେ ତାଲିମ ଅଧିକାରୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସାଲୁଙ୍କି ପାଇପ ଏଣ୍ଡ ଟିଉବ ପ୍ରାଇଭେଟ ଲିମିଟେଡ଼ ର ନିର୍ଦେଶକ, ଡି ଆଇ ସି ର ଜେନେରାଲ ମେନେଜର, ଆଇ ଟି ଆଇ ବୌଦ୍ଧ ଓ ଫୁଲବାଣୀର ଅଧ୍ୟକ୍ଷ, କସମ ସମ୍ପାଦକ,ବିଦ୍ୟୁତ ବିଭାଗନିର୍ବାହୀ ଯନ୍ତ୍ରୀ,ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଆୟୁର୍ବେଦ ଯେ ସି ବି ର ପ୍ରୋପାଇଟର ପ୍ରଭୃତି ଉପସ୍ଥିତି ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.