ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ

ନବରଙ୍ଗପୁର : ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦ୍ଵାରା ନବରଙ୍ଗପୁର ଠାରୁ ସାଗରମୁଣ୍ଡା ପର୍ଯ୍ୟନ୍ତ ଖୋଳି ଦିଆଯାଇଛି ହେଲେ ଦୀର୍ଘ ତିନି ମାସ ହେଲାଣି ପୂର୍ତ୍ତ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ କାମ କାମ ଆଗେଇ ପାରୁନାହିଁ, ପାଣି ପଡୁନାହିଁ । ଅନ୍ୟପକ୍ଷରେ ଏହି ରାସ୍ତାରେ ପ୍ରତିଦିନ ତିନିଟି ଜିଲ୍ଲା ର ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ବିଶେଷ କରି ଗର୍ଭବତୀ ମହିଳା, ଛାତ୍ରଛାତ୍ରୀ ଓ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଏହି ରାସ୍ତା ଆଜି ମରଣଯନ୍ତା ପାଲଟିଛି । ଧୂଳି ଓ ପଥର ଗୁଣ୍ଡ ଉଡ଼ି ବାୟୁ ପ୍ରଦୂଷଣ ହେବା ଦ୍ଵାରା ଲୋକଙ୍କ ପାଇଁ ନିଃଶ୍ୱାସ ନେବାପାଇଁ ଅସୁବିଧା ହେଉଛି ଶ୍ୱାସରୋଗୀ ଏହି ରାସ୍ତାରେ ଅଣନିଃଶ୍ୱାସି ହୋଇପଡୁଛି । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦୀର୍ଘ ୧୨ କିଲୋମିଟର ରାସ୍ତାକୁ ଖୋଳିଦେଇଛି ହେଲେ ଆଜି ପର୍ଯ୍ୟନ୍ତ କଣ ପାଇଁ ଏକ ଇଞ୍ଚ ଜାଗାରେ ମଧ୍ୟ ରାସ୍ତା ଉପରେ ପିଚୁ ପଡ଼ି ପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ନରସିଂହ ତ୍ରିପାଠୀ । ଯଥା ଶୀଘ୍ର ଯଦି ଏହି ରାସ୍ତା କାମକୁ ତ୍ବରାନ୍ବିତ କରାନଯାଏ ତେବେ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ନରସିଂହ ତ୍ରିପାଠୀ । ଅପରପକ୍ଷରେ ଏହା ଗ୍ରାମାଞ୍ଚଳ ପାଇଁ ପୂର୍ତ୍ତ ବିଭାଗର ଚରମ ଅବହେଳା ତଥା ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଯୁବ ଆଇନଜୀବୀ ତଥା ଉକ୍ତ ଅଞ୍ଚଳର ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା । ଯଥାଶୀଘ୍ର ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବ ଓ ପୂର୍ତ୍ତ ବିଭାଗ, ନବରଙ୍ଗପୁର ଏଥିପାଇଁ ଦାୟୀ ରହିବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.