‘ସୁସ୍ଥ ଓ ସଫଳ ସମାଜ ପାଇଁ ଭଲ ମଣିଷର ଆବଶ୍ୟକତା ରହିଛି’
ରାଉରକେଲା : (ନିସର୍ତ୍ତ):ଦକ୍ଷିଣ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସୁରଛାପଲର ୪୮ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲ।। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ଲାଠିକଟା ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରମୋଦ କୁମାର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀ ମନ ଦେଇ ପାଠପଢା ସହିତ ଭଲ ମଣିଷ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସୁଇଡ଼ିହି ସରପଂଚ ଅରୁଣା ଇରାନୀ କିସାନ,ପୂର୍ବତନ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ବେହୁରା,ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ କିସାନ,ବରିଷ୍ଠ ଶିକ୍ଷକ ବିଜୟ କୁମାର ମିଶ୍ର,ପୂର୍ବତନ ଜିଲା ପରିଷଦ ସଭ୍ୟ ପର୍ଶୁରାମ ସିଂହ,ପୂର୍ବତନ ସରପଂଚ ବିନୋଦ କେର୍କେଟା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିକୁଦିନ ଭୂମିଜ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇ ସବୁ ଛାତ୍ରଛାତ୍ରୀ ସ୍ୱପ୍ନ ନେଇ ଆସିବା ପାଇଁ ତାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିôôବା ଦରକାର । ସମାଜ ପାଇଁ ନିଜ କର୍ତବ୍ୟ କରିଲେ ହିଁ ସମାଜ ମନେରଖିବ ବୋଲି କହିଥିଲେ ।
ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଶିକ୍ଷା ତଥା ବିକାଶ ନିମନ୍ତେ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ବାର୍ଷିକ ବିବରଣୀ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦାସ ପାଠ କର ବିଦ୍ୟାଳୟର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷକ ଅନୀଲ କୁମାର ମଲ୍ଲିକ ମଂଚ ପରିଚାଳନା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ଅହିବର ସିଂହ,ଅନିତା ମୁଣ୍ଡାରୀ,ସ୍ୱର୍ଣ୍ଣଲତା ସିଂହଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ପ୍ରତିଭା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି,ଅକ୍ଷୟ କୁମାର ସାହୁ,ମମତା ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ୟାନ ଶିକ୍ଷକ,ଶିକ୍ଷୟିତ୍ରୀ ସମେତ ଅଭିଭାବକ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।