ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ..

ସତ୍ୟ ଓ ମାନବିକତାର ଶିକ୍ଷା ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୁଏ.,..
ରାଉରକେଲା ,୧୫ା୨(ବସନ୍ତ କୁମାର ଜେନା): ଲାଠିକଟା ବ୍ଲକ ଅନ୍ତର୍ଗତ ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ମୁଣ୍ଡାଯୋର ସରକାରୀ ଉ.ପ୍ରା ବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲ।। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ବିଦ୍ୟାଳୟର ଶୈକ୍ଷିକ ବାତାବରଣର ଭୂୟଶୀ ପ୍ରଶଂସା କରିଥିଲେ । ସେ କହିଲେ ସତ୍ୟ ଓ ମାନବିକତାର ଶିକ୍ଷା ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆମର ଶିକ୍ଷା ସବୁବେଳେ ନୈତିକ ମୂଲ୍ୟବୋଧର ବିକାଶ ପାଇଁ ପ୍ରୋତ୍ସାହିତ କରାଯିବା ଉଚିତ । ସମ୍ମାନୀତ ଅତିଥି ଭାବେ ମୁଣ୍ଡାଯୋର ସରପଂଚ ସାକାରୀ ଓରାମ,ସମିତି ସଭ୍ୟ ଟିକେଶ୍ୱର ସିଂ,ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ କିସାନ,ବିଦ୍ୟା ଷ୍ଟଡ଼ି ପଏଂଟର

ନିର୍ଦ୍ଦେଶକ ସରୋଜ ବେହେରା,ମୁଣ୍ଡାଯୋର ଉ.ପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନୀତା ମୁଣ୍ଡା,ସଭାପତି ଘନଶ୍ୟାମ ସିଂ,ଉପସଭାପତି କୃଷ୍ଣଚନ୍ଦ୍ର ସିଂ,ରାମଯୋଡ଼ି କ୍ଲଷ୍ଟର ସିଆରସିସି ରୀତା ତିର୍କୀ ମଂଚାସୀନ ଥିଲେ । ମୁଖ୍ୟବକ୍ତା ଭାବେ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଜୟ କୁମାର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଖସଡ଼ା ସହିତ ନୈତିକ ଶିକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଉତମ ଶିକ୍ଷା ଭଲ ମଣିଷଟିଏ ସୃଷ୍ଟି କରେ ଏବଂ ଭଲ ମଣିଷ ଉତମ ସମାଜ ଗଠନ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିରାକାର ସୂତାର ଓ ଶିକ୍ଷକ ସଲମନ ମୁଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ପରିଚୟ ଶିକ୍ଷକ ଅମୂଲ୍ୟ କୁମାର ସାମଲ କରିଥିବାବେଳେ ଶିକ୍ଷକ ଚିତ ରଂଜନ ଲେଙ୍କା ମଂଚ ପରିଚାଳନା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ଚନ୍ଦ୍ରକାନ୍ତ ପରିଡ଼ା ଓ କାଶୀନାଥ ଏକ୍କାଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।। କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକୋତ୍ସବରେ ଶିକ୍ଷକ ରମାକାନ୍ତ ଜେନା,ରଂଜିତା କୁମାରୀ ପଟ୍ଟନାୟକ,ପ୍ରତିଭା ବାରିକ,ସଟନ ସିଂ,ପ୍ରଭାତ କୁମାର ଦାସ,ଚାୱାଟା ଟପୋଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷାକର୍ମଚାରୀ,ନୂତନ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.