ଖଜୁରୀପଡାରେ ମାତୃପିତୃ ପୂଜନ ଦିବସ ପାଳିତ

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଖଜୁରୀପଡା ଶାଖାରେ ମାତୃ ପିତୃ ପୂଜନ ଦିବସ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇ ଯାଇଛି l ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମା ବାପା ମାନେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଆମ ସଂସ୍କୃତି ଓ ପରମ୍ପରା କୁ ଭଲ ପାଇବା ସହ ଅମାର ଆଦ୍ୟ ଗୁରୁ ପିତା ମାତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ, ପାଶ୍ଚାତ୍ୟ ପ୍ରୀତିରେ ନ ପଡି ଯୁବ ପିଢ଼ି ଆମ ମା ମାଟିକୁ ଭଲ ପାଇବା ଉଚିତ ବୋଲି ଶିକ୍ଷକ କିଶୋର ତ୍ରିପାଠୀ ଯୋଗ ଦେଇ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପାର୍ଥ ସାରଥୀ ପ୍ରଧାନ ଅତିଥି ମାନଙ୍କ ପରିଚୟ ରଖିଥିଲେ l ପରିଷଦର ଖଜୁରୀପଡା ଶାଖା ସଂଯୋଜକ ଡ଼ଃ ତ୍ରୈଲୋକ୍ୟନାଥ ସେନାପତି ଓ ଶିଶୁ ମନ୍ଦିରର ପୂର୍ବତନ ସମ୍ପାଦକ ମନୋଜ ପଣ୍ଡା ସକ୍ରିୟ ଭାବେ ସହଯୋଗ କରିଥିଲେ ସାରା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ଶେଷ ହୋଇଥିବାରୁ ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଓ ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି l

nis-ad
Leave A Reply

Your email address will not be published.