ହିଞ୍ଜିଳିକାଟୁ ୧୫।୨ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛି ହିଞ୍ଜିଳିକାଟୁ ବ୍ଳକ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଶାସକ ଦଳ ପକ୍ଷରୁ ।ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ କୁହାଯାଇଛି,।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯେଉଁ ଚାଉଳ କାଟ ହୋଇଛି ତାହାକୁ ତୁରନ୍ତ ଲାଗୁ କରାଯାଉ । କୋଭିଡ କାରଣରୁ ଗରିବ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏଭଳି ସ୍ଥଳେ ଚାଉଳ କାଟିବା କାରଣରୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ କ୍ଷତିଗ୍ରସ୍ତ ହେବେ ।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୁଧବାର ହିଂଜିଳିକାଟୁ ଵ୍ଳକ ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ହିଞ୍ଜିଳିକାଟୁ ବ୍ଳକ ବିଜେଡି ଚାଷୀ ଓ କର୍ମୀ ଧାରଣା ସହ ଆନ୍ଦୋଳନ କରିଥିଲେ ।ଗୁରୁବାର ହିଞ୍ଜିଳିକାଟୁ ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଙ୍କ ନେତୃତ୍ୱ ରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ଦିଆଯିବ । ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ବୁରୁପଡା ପଂଚାୟତର କୃଷକ ଓ ବିଜେଡିକର୍ମୀମାନଙ୍କୁ ନେଈ ବିଜେଡି ନେତା ଅଜୟ କୁମାର ମହାରଣା ଙ୍କ ନେତୃତ୍ୱରେ ଶତାଧିକ କୃଷକ ,ମହିଳା ଓ ପୁରୁଷ କର୍ମୀ ଆନ୍ଦୋଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.