ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ । କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନି । ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଅଭିଯୁକ୍ତ ଗୋପାଳ ବି କାହିଁକି ମାରିଲା କ୍ରାଇମବ୍ରାଂଚ ସ୍ପଷ୍ଟ କରି ପାରିନାହିଁ। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରାଇଛନ୍ତି। ‌ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ। ଆଜି ନବ ତ କାଲି ଆଉ କିଏ ବୋଲି କହିଛନ୍ତି। ଯେଉଁମାନେ ଦଳରେ ରହି ସତକୁ ସାମନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି।

ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର। ମୁଖ୍ୟ ମନ୍ତ୍ରୀଙ୍କ କର୍ତ୍ତବ୍ୟ ଉତ୍ତର ଦେବା। ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପୂର୍ବରୁ ମଧ୍ୟ ପରି, ମମିତା, ସ୍ମିତା ରାଣୀ ଭଳି ଘଟଣାର ତଦନ୍ତ ହୋଇଛି, କଣ ଫଳ ଆସିଛି? ରାଜ୍ୟରେ ବିଜେଡ଼ି ଗୁଣ୍ଡା ରାଜ ଚଲେଇଛି। ବିଧାନସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମ ପ୍ରସଙ୍ଗ ଉଠାଇବ ଦଳ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.