ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ…

ମାଲକାନଗିରି,୧୫।୨ ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରିବା ସହ ଏକ ଇଙ୍ଗ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲୋ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ବିଜେଡି ଶାସନରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡିଛିା ରାଜ୍ୟ ସରକାର ବେପରୁଆ ଭାବେ ନିଜର କାର୍ଯ୍ୟ କରି ଚାଲିଛିା ଓଡିଶା ବାସୀ ଆଜି ଆତଙ୍କିତ ଏବଂ ସରକାର ପଙ୍ଗୁ ପୋଇ ପଡିଛିା ଜଣେ ପୋଲିସ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ । ଗୋପାଳ ଦାସ କାହିଁକି ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ତାହାର ଆଜି ପର୍ଯ୍ୟନ୍ତ ପୋଲିସ ତଦନ୍ତ କରାଗଲା ନାହିାଁ ନବଦାସଙ୍କ ହତ୍ୟା ପଛରେ ଥିବା କାରଣକୁ କାହିଁକି ଚପାଇ ଦିଆ ଯାଉଛିା ବିଗତ ଦିନରେ ମମିତା ମେହର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁଷ୍କର୍ମ, ଜାଜପୁର ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ କରିଥିଲେ ହେଲେ ଫଳ ଶୂନ । ଭାରତୀୟ ଜନତା ପାର୍ଟି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିାଁ ବିଗତ ଦିନରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛିା ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଓ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁା ନଚେତ୍ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛିା ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟୀର କର୍ମୀ, କର୍ମକର୍ତାଙ୍କ ସହ ୨୦୦ରୁ ଉର୍ଧ ଅନ୍ୟାନ୍ୟ କର୍ମକର୍ତା ମାନେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.