ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ରୁଗୁଡିସାହି ଗାଁ ଯମୁନା କହଁର । ବୟସ ୬୭ ବର୍ଷ ବୟସରେ ମିଳୁନାହିଁ ଭତ୍ତା ଦୁଃଖ କଷ୍ଟ ରେ ଅପେକ୍ଷା ବସିଛି ସମସ୍ତ ଙ୍କ ଭଳି ମୋ ପାଇଁ ସରକାରଙ୍କ ତରଫରୁ ଭତ୍ତା ନାହିଁ । ବୟସ ର ଶେଷ ସମୟରେ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଗରିବ ପରିବାରଙ୍କୁ ବୟସ ୬୦ ବର୍ଷ ରୁ ଉର୍ଦ୍ଧ ବୁଦ୍ଧ ବୃଦ୍ଧା ଙ୍କୁ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରନ୍ତି । କିନ୍ତୁ ଏଠି ଯୋଜନା ୬୭ ବର୍ଷ ପରେ ମଧ୍ୟ ବୁଢି ମା ଙ୍କୁ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା । ଗୋଟିଏ ଥର ନୁହେଁ ଚାରି ଚାରି ଥର ଅନ୍ ଲାଇନ୍ ମାଧ୍ୟମରେ ଭତ୍ତା ଆବେଦନ କରିଥିଲେ ମଧ୍ୟ ମିଳୁନାହିଁ କାହିଁକି ବର୍ତ୍ତମାନ ଶେଷ ଥକି ପଡିଛନ୍ତି ଚାଲିବା ରାସ୍ତା ରେ । ଚିନ୍ତାରେ କେତେ ଥର ଆବେଦନ କରିବି ସରକାର ଙ୍କ ଭତ୍ତା ଗୁହାରୀ କରିବା ପାଇଁ ମୋ ପାଖରେ ବଳ ନାହିଁ । ବୟସର ଶେଷ ସମୟରେ ଚଲାବୁଲା ବି ପାରୁନି ଭଙ୍ଗା ଦଦରା ଘରେ ପଡ଼ି ରହିଛି । ବାରମ୍ବାର ଆବେଦନ କରିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ମିଳୁନାହିଁ ଭତ୍ତା । ସରକାର ବୁଡି ମା ପ୍ରତି କିଛି ଭତ୍ତା ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ଭବାନୀ ଶଙ୍କର କହଁର ଙ୍କୁ ପଚାରିବାରୁ କିଭଳି ତୁରନ୍ତ ଭତ୍ତା ପାଇପାରିବେ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବା ସହ କିଭଳି ତୁରନ୍ତ ଯମୁନା କହଁର ଭତ୍ତା ପାଇପାରିବେ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.