କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଛତ୍ରପୁର : ବିଜେପି ନେତୃତ୍ୱଧୀନ କେନ୍ଦ୍ର ସରକାର ଗରିବଙ୍କ ମୁହଁରୁ ଖାଦ୍ୟ ଛଡାଇ ନେଉଛନ୍ତି , ଚାଷୀଙ୍କୁ ସେମାନଙ୍କ ଅଧିକାର ଦେଉ ନାହାନ୍ତି । ବିକାଶର ଦ୍ୱାହି ଦେଇ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ସହନଶୀଳ ଓଡିଶାବାସୀ କ୍ରମାଗତ କେନ୍ଦ୍ର ଶୋଷଣ , ଉପେକ୍ଷା ଓ ଅବହେଳାର ଶିକାର ହୋଇଛନ୍ତି । ମାତ୍ରା ଏବେ ଏହାକୁ ସହ୍ୟ କରାଯିବାର ସବୁ ସୀମାର ଅତିକ୍ରମା ହୋଇଛି । ରାଜ୍ୟବାସୀଙ୍କ ସହ ବିଜେଡି ଠିଆ ହୋଇଛି ଓ ଭବିଷ୍ୟତରେ ବି ଠିଆ ହେବ । କେନ୍ଦ୍ର ଅବହେଳା ବିରୋଧରେ ଓଡିଶାର କୋଣ ଅ କୋଣ ରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ର ବହୁ ପଞ୍ଚାୟତରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳ ପକ୍ଷରୁ ସାମୁହିକ ଭାବେ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର କାଟିଥିବା ୫କେଜି ଚାଉଳ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ସହିତ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ୫କେଜି ଚାଉଳ ପୁନଃ ବଣ୍ଟନ ,ପୂର୍ବ ଭଳିଧାର୍ଯ୍ୟ ପରିମାଣର ଚାଉଳ ଉଠାଇବା ନିମନ୍ତେ ଦାବୀ ହୋଇଛି । ଏହି ଅବସରରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଯୁବନେତା କାହ୍ନୁ ଚରଣ ବେହେରା, ଏମ .ଗୁମାଲୀ, ବି.ଭୀମସେନ , ଏମ ଦିଲ୍ଲୀପ , ଜେ . ଚେନ୍ନେୟାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜଥିଲେ । ସେହିପରି ପୋଟ୍ଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ , ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ୱାର୍ଡ ମେମ୍ବର ଶିବ ଶଙ୍କର ନାହାକ, ରିଙ୍କୁ ସେଠୀ, ଅନୀଲ କୁମାର ସାହୁ ଙ୍କ ସମେତ ବହୁ ବିଜେଡି ନେତା ମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧ ରେ ପ୍ରତିବାଦ କରିଥିଲେ ।

nis-ad
Leave A Reply

Your email address will not be published.