ସୁନ୍ଦରଗଡ଼:୧୩/୦୨/୨୩ କୋଇଲା ବୋଝେଇ ଭାରୀଯାନ ମାଡ଼ିଯିବା ପରେ ଛଟପଟ ହେଉଥିବା ୨ ଜଣ ବାଇକ୍ ଆରୋହୀଙ୍କୁ ସାମ୍ବାଦିକ ଉଦ୍ଧାର କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଛଟେନପାଲି-ହେମଗିର ରାସ୍ତାରେ ଆଜି ସକାଳ ୧୧ଟାରେ ଏହି ଅଘଟଣ ଘଟିଛି।ସୂଚନା ଅନୁସାରେ ଛଟେନପାଲି-ହେମଗିର ରାସ୍ତାରେ ଏକ କୋଇଲା ବୋଝେଇ ଭାରୀଯାନ (ଓଡି ୧୬ ଜେ ୦୬୯୬) ଧକ୍କାରେ ୨ ଅଜଣା ବାଇକ୍ ଆରୋହୀ ଗୁରୁତର ହୋଇଥିଲେ। କୋଇଲା ବୋଝେଇ ଗାଡ଼ିଟି ବାଇକ ଆରୋହୀଙ୍କୁ ଜୋରରେ ଧକ୍କା ଦେବା ସହ ସେମାନଙ୍କ ଉପରରେ ମାଡ଼ି ଯାଇଥିଲା। ଗାଡ଼ି ତଳେ ଦୁଇ ଆରୋହୀ ବାଇକ ସହ ଫସି ଯାଇଥିଲେ। ଏହି ସମୟରେ ସେଠାରେ ପହଞ୍ଚିଥିବା ସାମ୍ବାଦିକ ଲବଣୀ ମେହେର ଓ ଦୁର୍ଘଟଣାସ୍ଥଳ ନିକଟରେ ଥିବା ଘରର ବିଜୟ ନାୟକ ନାମକ ଜଣେ ବ୍ଯକ୍ତିଙ୍କ ପରିବାର ଲୋକେ ଦୌଡି ଆସି ବହୁ କଷ୍ଟରେ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ପରେ ସୂଚନା ପାଇ ଛଟେନପାଲି ଗାଁ ଲୋକେ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଥିଲେ। ସାମ୍ବାଦିକ ଓ ବିଜୟ ନାୟକଙ୍କ ସ୍ତ୍ରୀ ପରିବାର ଲୋକଙ୍କ ଉଦ୍ଧାର କାର୍ଯ୍ଯକୁ ଲୋକେ ପ୍ରଶଂସା କରିଛନ୍ତି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼
Sign in
Sign in
Recover your password.
A password will be e-mailed to you.